ବିଜେଡିର ସମର୍ଥିତ ଓ ବିଦ୍ରୋହୀଙ୍କୁ ନେଇ ଦୁଲୁକୁଛି ଦୌଲତପୁର।

584

କଟକ(ଉତ୍କଳ ନିଉଜ )୦୧/୦୨/୨୦୨୨ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ ଦୌଲତପୁର ପଞ୍ଚାୟତରେ ବିଜେଡିର ସମର୍ଥିତ ଓ ବିଦ୍ରୋହୀଙ୍କ ପ୍ରଚାରକୁ ନେଇ ଦୁଲୁକୁଛି ଗାଁ ଗଣ୍ଡା । ଉଭୟ ପ୍ରାର୍ଥି ନିଜ ନିଜର ସମର୍ଥକ ଓ ନେତୃବୃନ୍ଦଙ୍କୁ ଧରି ଭିନ୍ନ ଭିନ୍ନ ଢାଞ୍ଚାରେ ପ୍ରଚାର ମୈଦାନରେ ଉଭା ହୋଇଛନ୍ତି । କିଏ କେମିତି ଭୋଟରଙ୍କୁ ଆକର୍ଷିତ କରି ପାରିବ ସେଥିପାଇଁ ଅବଲମ୍ବନ କରୁଛନ୍ତି ବିଭିନ୍ନ ରଣକୌଶଳ । ପ୍ରଚାର ପାଇଁ ଗାଁ ଗହଳିରେ ପୋଷ୍ଟର ବେନର ଛେଇ ଦେଇଥିବା ବେଳେ ଦଳୀୟ ସମର୍ଥକଙ୍କ ସ୍ଲୋଗାନବାଜି ଗାଁ ପରିବେଶକୁ ବେଶ ପ୍ରକମ୍ପିତ କରୁଛି । ପ୍ରାର୍ଥିଙ୍କ ସହ ମହିଳା ଓ ଯୁବତୀଙ୍କ ଠାରୁ ଆରମ୍ଭ କରି ମାଳିଆ ମାଉସୀ ଓ ହରିଆ ମଉସା ମଧ୍ୟ ସାମିଲ ହୋଇଛନ୍ତି । କିଏ ପୁସିଂ କାର୍ଡଟିଏ ବଢେଇ ମୁଣ୍ଡମାଡି ଜୁହାର ହୋଇ ପଡୁଛି ତ ଆଉ କିଏ ନମସ୍କାରଟିଏ କରି ନିଜ ପ୍ରାର୍ଥିଙ୍କ ଚିହ୍ନରେ ଭୋଟ ଦେବାପାଇଁ ଅଳି କରୁଛି । ଏହି ପ୍ରଚାର ପ୍ରସାର ମଧ୍ୟରେ ସମ୍ପର୍କ ବି ଯୋଡି ଦେଉଛନ୍ତି ସମର୍ଥକମାନେ । ଆଜି ପଞ୍ଚାୟତରେ ଆମ ପ୍ରତିନିଧି ଉଭୟ ପ୍ରାର୍ଥିଙ୍କ ପଚାର ଶୈଳୀକୁ ଦେଖି ତାଜୁବ ହୋଇ ଯାଇଥିଲେ ।

ସମର୍ôଥତ ଓ ବିଦ୍ରୋହୀ ଉଭୟ ନିଜକୁ ଦଳୀୟ କର୍ମୀ ବୋଲି ଭୋଟରଙ୍କୁ କହିବା ସହିତ ଭିନ୍ନ ଭିନ୍ନ ଉପାୟରେ ଦଳୀୟ ଚିହ୍ନକୁ ମଧ୍ୟ ପ୍ରଦର୍ଶନ କରୁଥିବା ଦେଖି ପାଇଥିଲେ । କାହା କାନ୍ଧରେ ଦଳୀୟ ଚିହ୍ନ ଥିବା ଗାମୁଛା ପଡିଛି ତ ଆଉ କାହା ମୁଣ୍ଡରେ ଦଳୀୟ ଚିହ୍ନ ଥିବା ଛତା ଢଙ୍କା ଯାଇଛି । ଏହାକୁ ନେଇ କିଛି ସମୟ ଦ୍ୱନ୍ଦରେ ପଡି ଯାଇଥିଲେ ଆମ ପ୍ରତିନିଧି । ଉଭୟ ପ୍ରାର୍ଥିଙ୍କ ସମର୍ଥକ ଦଳୀୟ ଚିହ୍ନକୁ ବ୍ୟବହାର କରିବା ସହିତ ଦଳୀୟ କର୍ମକର୍ତ୍ତା ବୋଲି ବୋଲି ନିଜକୁ କହିବା ସହିତ ଜିଲ୍ଲା ପରିଷଦର ପ୍ରାର୍ଥିଙ୍କୁ ବିପୁଳ ସଂଖ୍ୟାରେ ବିଜୟୀ କରିବାର ସୂଚନା ଦେଇଥିଲେ । ଚନ୍ଦ୍ରକାଟବିନ୍ଧା ଗାଁରେ ବିଜେଡି ସମର୍ଥିତ ପ୍ରାର୍ଥି ପ୍ରଭାତ ମିଶ୍ର ଓ ସମିତି ସଭ୍ୟା ପ୍ରାର୍ଥିନୀ ଯୁବନେତା ଗୋପବନ୍ଧୁ ସେନାପତିଙ୍କ ଧର୍ମପତ୍ନୀ ସଂଘମିତ୍ରା ସେନାପତି, ସରପଞ୍ଚ ସୁବାଶିନୀ ନାୟକ, ବରିଷ୍ଠ ନେତା ବୈଲୋଚନ ନାୟକ, ହରିଶ୍ଚନ୍ଦ୍ର ବାରିକ, ଗଣେଷ ଚନ୍ଦ୍ର ବଳ ଓ ପାର୍ଥସାରଥି ନାୟକ, ରାଜେନ୍ଦ୍ର ମହାନ୍ତି, ପୂର୍ଣ୍ଣଚନ୍ଦ୍ର ଓଝା, ଅକ୍ଷୟ ବଳ, କରୁଣାକର ନାୟକ, ଚୁଁଚୁଲୀ ସ୍ୱାଇଁ, ରଞ୍ଜନ ଦାସ, ଛବି ସାହୁ, ମାମିଲା ବେହେରା, ବନସ୍ମିତା ପାଢୀ, ମିନାକ୍ଷୀ ଜେନା, ସୁଲୋଚନା ସେନାପତି, ମେନକା ବାରିକ,

ବାବାଜୀ ରାଉତ, ଉଗ୍ରସେନ ନାୟକ, ପ୍ରଶାନ୍ତ ଦାସ, ବୁଲୁ ବେହେରା ପ୍ରମୁଖଙ୍କୁ ନେଇ ପ୍ରଚାର କରୁଥିବା ବେଳେ ମାଲପୁର ଗାଁରେ ବିଦ୍ରୋହୀ ପ୍ରାର୍ଥିନୀ ଯୁବନେତା ଶଶିକାନ୍ତ ନାୟକଙ୍କ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା ନାୟକ ଓ ସମିତି ସଭ୍ୟା ପ୍ରାର୍ଥିନୀଭାବେ ବରିଷ୍ଠ ନେତା ହିମାଦ୍ରୀ ମିଶ୍ରଙ୍କ ଧର୍ମପତ୍ନୀ ନନ୍ଦିନୀ ମିଶ୍ର, ନରେନ୍ଦ୍ର ମିଶ୍ର, ସୁକାନ୍ତ ବଳ, ପୁରୁଷୋତ୍ତମ ବେହୁରିଆ, ସୁରେଶ ବିଶ୍ୱାଳ, ବିଷ୍ଣୁ ନାୟକ, ମାନସ ପାଢୀ, ସୁରେନ୍ଦ୍ର ବଳ, ପଞ୍ଚାନନ ବଳ, ପିତାମ୍ବର ବେହେରା, ରଶ୍ମିତା ମିଶ୍ର, ସଂଯୁ୍‌କ୍ତା ମହାନ୍ତି, ମାଳତୀ ମିଶ୍ର, ମୀନାରାଣୀ ପାଣିଗ୍ରାହୀ, ସରସ୍ୱତୀ ପାଣିଗ୍ରାହୀ, ଶୁଭଶ୍ରୀ ବେହୁରିଆ, ନିରୁପମା ସାହୁ, ନିବେଦିତା ମିଶ୍ର, ପ୍ରମୁଖଙ୍କୁ ନେଇ ପ୍ରଚାର ଚଳେଇଛନ୍ତି । ତେବେ ୫ ବର୍ଷ ଶାସନରେ ରହି ଲୋକଙ୍କ ଦୁଃଖ ସୁଖର ଭାଗିଦାର ହେବା ସହିତ ସମସ୍ତ ସରକାରୀ ଯୋଜନା ପ୍ରଣୟନ କରିବାରେ ସକ୍ଷମ ହୋଇପାରିଛନ୍ତି ଏବଂ ବିଧାୟକଙ୍କ ଉଦ୍ୟମରେ ଏହି ପଞ୍ଚାୟତରେ ବହୁବିଧ ଉନ୍ନତି ହୋଇଥିବା ଦଳୀୟ ସମର୍ଥିତ ପ୍ରାର୍ଥି କହିଥିବା ବେଳେ ଏହାର ଓଲଟା ଜବାବ ଦେଇଛନ୍ତି ବିଦ୍ରୋହୀ ଗୋଷ୍ଠି । ସେମାନେ ଗତ ୫ ବର୍ଷରେ ପଞ୍ଚାୟତରେ ଦୂର୍ନୀତି ହେବା ସହ ସେମିତି କିଛି ଆଖିଦୃଶିଆ ବିକାଶ ହୋଇନଥିବା ମୁଦ୍ଦା କରି ଭୋଟରଙ୍କୁ ଆକୃଷ୍ଟ କରୁଥିବା ଦେଖା ଦେଇଛି ।

ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |