ପ୍ରଚାର ମୈଦାନରେ ମଙ୍ଗ ଧରିଛନ୍ତି ଯୁବ ନେତୃତ୍ୱ।

311

କଟକ(ଉତ୍କଳ ନିଉଜ )୩୦/୦୧/୨୦୨୨ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାରୋ ପଞ୍ଚାୟତରେ ବିଜେଡି ସମର୍ଥିତ ପ୍ରାର୍ଥିଙ୍କର ପ୍ରଚାର ମୈଦାନରେ ମଙ୍ଗ ଧରିଛନ୍ତି ଯୁବ ନେତୃତ୍ୱ । ଦଳୀୟ ସମର୍ଥିତ ପ୍ରାର୍ଥିଙ୍କୁ ବିଜୟର ସ୍ୱାଦ ଚଖାଇବାର ଲକ୍ଷ୍ୟନେଇ ସେମାନେ ଗାଁକୁ ଗାଁ ଘରଘର ବୁଲିବୁଲି ପ୍ରଚାର ଚଳେଇଛନ୍ତି । ଗତ ନିର୍ବାଚନରେ ଦଳୀୟ ସମର୍ଥନ ଥିବା ଜଣେ ମହିଳା ମହିଳା ପ୍ରାର୍ଥିୀଙ୍କୁ ଜିତାଇ ୫ ବର୍ଷ ମଧ୍ୟରେ ପଞ୍ଚାୟତର ବହୁବିଧ ଉନ୍ନତି କାଯ୍ୟ କରିବା ସହିତ ଲୋକଙ୍କ ଆସ୍ଥା ଭାଜନ ହୋଇ ପାରିଛନ୍ତି । ଆଗାମି ଦିନରେ ପଞ୍ଚାୟତର ଅଧୂରା ରହି ଯାଇଥିବା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବା ସହ ଲୋକଙ୍କ ନିକଟରେ ଉତ୍ତରଦାୟୀ ରହିବାକୁ ସେମାନେ ପ୍ରତିଶୃତିବଦ୍ଧ ବୋଲି କହିଛନ୍ତି । ବିଶେଷକରି ଦଳୀୟ ସମର୍ଥିତ ସରପଞ୍ଚ ପ୍ରାର୍ଥି ଲକ୍ଷ୍ମୀକାନ୍ତ ମହାପାତ୍ର ଓ ସମିତି ସଭ୍ୟା ପ୍ରାର୍ଥିନୀ କାବେରୀ ମଳିକ ବେଶ କିଛିଦିନ ହେଲା ପ୍ରଚାର ମୈଦାନରେ ।

ଯୁବ ନେତୃତ୍ୱ ଧନଞ୍ଜୟ ନାୟକ ଓ ରଘୁନାଥ ମଳିକଙ୍କ ନେତୃତ୍ୱରେ ସରପଞ୍ଚ ମାନସୀ ମଳିକ, ସମିତି ସଭ୍ୟ ପ୍ରଦୀପ ମହାଳିକ, ଶିକ୍ଷାବିତ୍ ସରୋଜ ମିଶ୍ର, ରତିକାନ୍ତ ମଳିକ, ଧୁଃଶାସନ ନାୟକ, ତାପସ ବେହେରା, ବିନୋଦ ବେହୁରିଆ, ଭରତ ଚନ୍ଦ୍ର ପାଢୀ ଓ ପୂର୍ବତନ ସମିତି ସଭ୍ୟ ରମେଶ ନାୟକ ପ୍ରମୁଖ ପ୍ରଚାରରେ ସାମିଲ ହୋଇଛନ୍ତି । ଦଳୀୟ ବିଦ୍ରୋହୀ ଏବଂ ବିରୋଧି ପ୍ରାର୍ôଥଙ୍କୁ କଡ୍ଡା ଜବାବ ଦେବାଲାଗି ସେମାନେ ରଣନୀତି ପ୍ରସ୍ତୁତ କରିବା ସହ ଲୋକଙ୍କ ନିକଟରେ ଅଛନ୍ତି ବୋଲି ଦାବି କରିଛନ୍ତି । ଏହି ପଞ୍ଚାୟତଟି ୧୮ଟି ୱାର୍ଡକୁ ନେଇ ଗଠିତ । ଭୋଟର ସଂଖ୍ୟା ପ୍ରାୟ ୬ ହଜାର ୭ ଶହ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |