ମହରମପୁରରେ ସମର୍ଥକଙ୍କୁ ନେଇ ପ୍ରଚାରରେ ମାତିଛନ୍ତି ବରିଷ୍ଟ ନେତା କରୁଣାକର |

173

କଟକ(ଉତ୍କଳ ନିଉଜ )୨୯/୦୧/୨୦୨୨ : ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ ମହରମପୁର ପଞ୍ଚାୟତର ବିଜେପି ସମର୍ଥିତ ପ୍ରାର୍ଥୀ କିଏ ତାକୁ ନେଇ ଦ୍ୱନ୍ଦରେ ପଡି ଯାଇଛନ୍ତି ଭୋଟର । ଗତ ପଞ୍ଚାୟତ ନିର୍ବାଚନରେ ଏହି ପଞ୍ଚାୟତ ବିଜେପି ସମର୍ଥିତ ସରପଞ୍ଚଙ୍କ ଅଧିନରେ ଥିବାବେଳେ ଚଳିତ ନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ ଦଳ କାହାକୁ ଚୟନ କରିଛି ତାହା ଭୋଟରଙ୍କ ମନରେ ପ୍ରଶ୍ନ ଉଠିଛି । ୨୍ ଜଣ ପ୍ରାର୍ଥୀ ନାମାଙ୍କନ କରିଥିବା ବେଳେ ଉଭୟ ପ୍ରାର୍ଥୀ ନିଜକୁ ବିଜେପି ଦଳୀୟ ପ୍ରାର୍ଥୀ କହିବା ସହ ମଇଦାନରେ ରହିଛନ୍ତି । ନିର୍ବାଚନ ଘୋଷଣାର ବହୁ ପୂର୍ବରୁ ମହରମପୁର ପଞ୍ଚାୟତର ପ୍ରଥମ ସରପଞ୍ଚ ମାତାଜିନୀ ମଳିକଙ୍କ ସ୍ୱାମୀ କରୁଣାକର ମଳିକ ଦଳୀୟ ଆଶାୟୀ ପ୍ରାର୍ଥୀ ଭାବେ ନିଜର ସାଂଗଠନିକ କାର୍ଯ୍ୟକ୍ରମ ଜାରି ରଖିଥିଲେ । ଏପରିକି ପଞ୍ଚାୟତରେ ୱାର୍ଡ କମିଟି ଗଠନ କରିବା ସହ ବହୁ ଅସନ୍ତୁଷ୍ଟଙ୍କୁ ମନାଇ ନିଜ ଅକ୍ତିଆରକୁ ଆଣିଥିଲେ । ବିଭିନ୍ନ ସମୟରେ ପଞ୍ଚାୟତରେ କର୍ମୀ ବୈଠକ କରିବା ସହ ଘରକୁ ଘର ବୁଲି ପ୍ରଚାର ମଧ୍ୟ ଜାରି ରଖି୍‌ଥିଲେ । ପରବର୍ତ୍ତୀ ସମୟରେ ଏହି ପଞ୍ଚାୟତ ଅନୁସୂଚିତ ଜାତିରୁ ସାଧାରଣ ଜାତି ବର୍ଗକୁ ଚୂଡାନ୍ତ ହେବା ପରେ କିଏ ଦଳୀୟ ସମର୍ଥିତ ପ୍ରାର୍ଥୀ ହେବ ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଥିଲା । ହେଲେ ଦଳୀୟ ନେତୃବୃନ୍ଦ ଏ ସଂକ୍ରାନ୍ତରେ କିଛି ସ୍ପଷ୍ଟ ନକରିବାରୁ କରୁଣାକର ମଇଦାନରେ ସକ୍ରିୟ ରହିବା ସହିତ ସାଂଗଠନିକ କାର୍ଯ୍ୟକ୍ରମକୁ ଯୋରଦାର କରିଥିଲେ । ନାମାଙ୍କନର ପ୍ରଥମ ଦିନରେ ମଧ୍ୟ ସେ ନିଜର ନାମାଙ୍କନ କରିଥିଲେ । ହେଲେ ପରେ ଏବର ସରପଞ୍ଚଙ୍କ ଦିଅର ଶଶାଙ୍କ ଶେଖର ରାଉଳ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥିଭାବେ ନାମାଙ୍କନ କରିବା ପରେ ଦ୍ୱନ୍ଦ ଉପୁଜିଛି । ଗୋଟିଏ ପଟେ କରୁଣାକର ମଳିକ ନିଜ ସମର୍ଥକଙ୍କୁ ନେଇ ଜୋରଦାର ପ୍ରଚାର ପ୍ରସାର କରିବା ସହ ନନ୍ଦପୁର ବଜାରରେ ଦଳୀୟ କାର୍ଯ୍ୟାଳୟ ମଧ୍ୟ ଉଦ୍‌ଘାଟନ କରିଛନ୍ତି । ଅନ୍ୟ ପଟେ ଶଶାଙ୍କ ମଧ୍ୟ ନିଜକୁ ଦଳୀୟ ସମର୍ôଥତ ପ୍ରାର୍ଥୀ ବୋଲି କହି ବେନର ପୋଷ୍ଟର ଲଗାଇ ପ୍ରଚାର ମଧ୍ୟ ଆରମ୍ଭ କଲେଣି । ଏହାରି ମଧ୍ୟରେ ଭୋଟର ଦ୍ୱନ୍ଦରେ ପଡି ଯାଇଥିବା ବେଳେ କରୁଣାକର କିନ୍ତୁ ନିଜ ସପକ୍ଷରେ ବିପୁଳ ଦଳୀୟ ଭୋଟରଙ୍କ ସମର୍ଥନ ଥିବା ଦୃଢ଼ୋକ୍ତିର ସହ କହିଛନ୍ତି । ଶନିବାର ସଂଧ୍ୟାରେ ନନ୍ଦପୁର ବଜାରରେ ଦଳୀୟ କାର୍ଯ୍ୟାଳୟ ଉଦ୍‌ଘାଟନ ପରିପ୍ରେକ୍ଷୀରେ ଗଣମାଧ୍ୟମକୁ ସୂଚନା ଦେବା ସହ କର୍ମୀ ଓ ସମର୍ଥକଙ୍କୁ ନେଇ ଏକ ବୈଠକ କରାଯାଇଥିଲା ।

ଏହି ବୈଠକରେ ପ୍ରାର୍ଥୀ କରୁଣାକର ମଳିକ, କାନ୍ତକବି ମଣ୍ଡଳ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଶଙ୍କର୍ଷଣ ମଳିକ, ପୂର୍ବତନ ନାଏବ ସରପଞ୍ଚ ଅମୂଲ୍ୟ ରାଉତ, ପ୍ରହଲାଦ ମାହୁନ୍ତ, ସଞ୍ଜୟ ମଳିକ, ଭକ୍ତବନ୍ଧୁ ମଳିକ, ନିରଞ୍ଜନ ହୋତା, ସନାତନ ମଳିକ, ଅଶୋକ ବେହେରା, ରମେଶ ମଳିକ, ରମେଶ ମଳିକ ଓରଫ ଫକିରା, ଶ୍ରୀଧର ମଳିକ, ଧନେଶ୍ୱର ମଳିକ, ସୂଦର୍ଶନ ମଳିକ, ସୁରେଶ ଘଡେଇ, ଗଙ୍ଗାଧର ଜେନା ପ୍ରମୁୁଖ ଉପସ୍ଥିତ ଥିଲେ । ତେବେ ଏହି ଦ୍ୱନ୍ଦକୁ ନେଇ ବିଜେପି ସାହାଡା ସୁନ୍ଦରୀ ମଣ୍ଡଳ ସଭାପତି ପ୍ରଦୀପ ବଳଙ୍କୁ ପଚରାଯିବାରୁ ଜିଲ୍ଲା ହାଇକମାଣ୍ଡଙ୍କ ସୁପାରିସ କ୍ରମେ ଦଳୀୟ ସମର୍ଥୀତ ପ୍ରାର୍ଥୀ ଭାବେ ଶଶାଂଙ୍କ ଶେଖର ରାଉଳ ବୋଲି କହିଛନ୍ତି । ତେବେ ଭୋଟର କାହାକୁ ଦଳୀୟ ପ୍ରାର୍ଥୀ ବୋଲି ମାନିବେ ତାହା ଆଗାମୀ ଦିନରେ ଜଣାପଡିବ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ ।