ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ୪ ଗରଫ , ୨ ଗୁରୁତର ପିସ୍ତଲ ଓ ଟାଙ୍ଗିଆ ଜବତ :

188

ରାଉରକେଲା ସ୍ଥିତ ବାସନ୍ତୀ କଲୋନୀ ରେ ଗୋଷ୍ଠୀ ସଂଘର୍ଷ। ଗତ କାଲି ରାତିରେ ବାସନ୍ତୀ କଲୋନୀରେ କୌଣସି ଏକ କାରଣରୁ ପ୍ରଥମେ ବଚସା ଓ ପରେ ଏହି କଥାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏଥିରେ ରାଉରକେଲା ସ୍ଥିତ ଉଦିତନଗର ଥାନାରେ ପୋଲିଶ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରିଛି। ଏହି ଗୋଷ୍ଠୀ ସଂଘର୍ଷରେ ୪ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ସଂଘର୍ଷରେ ବ୍ୟବହୃଡ ଗୋଟିଏ ପିସ୍ତଲ ଓ ଗୋଟିଏ ଟାଙ୍ଗିଆ ଜବତ କରିଛି ଉଦିତନଗର ପୋଲିଶ। ୪ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ସୁନ୍ଦରଗଡରୁ ବ୍ୟୁରୋ ହେଡ ସଂଜୀବ କୁମାର ପାଢ଼ୀଙ୍କ ରିପୋର୍ଟ ଉତ୍କଳ ନିଉଜ଼।