ସିମଡେଗା ପୋଲିଶକୁ ମିଳିଛି ବଡ ସଫଳତା ,ପିଏଲଏଫଆଇ ସବ ଜୋନାଲ କମାଣ୍ଡର ସହିତ ଜଣେ ସହଯୋଗୀ ସିମଡେଗାରେ ଗିରଫ|

195

ଓଡିଶା ସୀମାନ୍ତ ଝାରଖଣ୍ଡ ରାଜ୍ୟର ସିମଡେଗା ଜିଲ୍ଲାର ପିଏଲଏଫଆଇ ସବ ଜୋନାଲ କମାଣ୍ଡର ସଚିତ ସିଂ କୁ ଝାରଖଣ୍ଡ ରାଜ୍ୟର ସିମଡେଗା ଅନ୍ତର୍ଗତ ଜଲଡେଗା ଓ କୋଲେବିରା ଥାନାର ପୋଲିଶ ସହକର୍ମୀଙ୍କ ସହିତ ରେଗୁଲାର ଇନଶାସ ରାଇଫଲ ସହିତ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ତାର ଜଣେ ସହଯୋଗୀ ଜୋନ ସୁରିନକୁ ମଧ୍ୟ ଗିରଫ କରାଯାଇଛି । ପି ଏଲ ଏଫ ଆଇ ସବ ଜୋନାଲ କମାଣ୍ଡର ସଚିତ ସିଂ ଗିରଫ ୧୦ ବର୍ଷ ଧରି ସଚିତ ସିଂ ଓଡିଶା ଝାରଖଣ୍ଡର ବିଭିନ୍ନ ଅପରାଧରେ ଜଡିତ ରହି ଥିଲା । ଜଲଦେଗାର ଏକ ଜଙ୍ଗଲରେ ବୁଧବାର ପୋଲିସ ଟିମ ଗୁଳିବିନିମୟ ପରେ ତାକୁ ଧରିବାରେ ସଫଳ ହୋଇଛି । ଝାରଖଣ୍ଡ ପୋଲିସ ଓଡିଶା ପୋଲିସକୁ ସୂଚନା ଦେଇଛି । ଝାରଖଣ୍ଡରେ ସଚିତର ମୁଣ୍ଡ ଉପରେ ୨ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ସେ ୩୧ ଟି ସଙ୍ଗୀନ ଅପରାଧୀକ ମାମଲାରେ ଜଡିତ ଥିବା ବିଷୟରେ ସିମଡେଗା ଏସପି ସଂଜୀବ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ । ଏମାନଙ୍କ ଗିରଫ ପରେ ଅନେକ ଜୀବନ୍ତ ଗୁଳି ମଧ୍ୟ ଜବତ ହୋଇଛି । ସୁନ୍ଦରଗଡ଼ରୁ ବ୍ୟୁରୋ ହେଡ ସଂଜୀବ କୁମାର ପାଢ଼ୀଙ୍କ ରିପୋର୍ଟ ଉତ୍କଳ ନିଉଜ଼ ।