ତିହିଡ଼ି ବ୍ଲକର ଚତୁର୍ଥ ଦିନରେ ୪୯ ସମିତି, ୩୭ ସରପଞ୍ଚ ଓ ୪୩୭ ୱାର୍ଡ଼ ସଦସ୍ୟଙ୍କ ନାମାଙ୍କନପତ୍ର ଦାଖଲ |

196

କଟକ(ଉତ୍କଳ ନିଉଜ) ୨୦/୦୧/୨୦୨୨ : ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ବିଲଣା ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀନୀ ଭାବେ ପବିତ୍ରା ବିଶ୍ୱାଳ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୭ନଂ ଜୋନ ଜିଲା ପରିଷଦ ପ୍ରାର୍ଥୀନୀ ସୁଶ୍ରୀ ବିଦ୍ୟୁତଲତା ନାୟକ, ସମିତିସଭ୍ୟ ପ୍ରାର୍ଥୀ ଭାଗିରଥି ମଳିକ, ବିଜେଡି ନେତା ଶରତ ମଳିକ, ଶ୍ରୀରାମ ପାଣ୍ଡବ, ଶିଶିର ପଣ୍ଡା, ବିନୋଦ ସେଠୀ, ରବିନ୍ଦ୍ର ମହାକୁଡ଼, ସନାତନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ବାରୋ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ହରେକୃଷ୍ଣ ଜେନା ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଆଲୋକ ଦାସ, ବିଜୟ ବ୍ରହ୍ମ ଉପସ୍ଥିତ ଥିଲେ । ସେହିପରି ସରପଞ୍ଚ ପ୍ରାର୍ଥୀ ଭାବେ ଲକ୍ଷ୍ମୀକାନ୍ତ ମହାପାତ୍ର ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ସରପଞ୍ଚ ମାନସୀ ମଳିକ, ସମିତିସଭ୍ୟ ପ୍ରଦୀପ ମହାଳିକ, ବିଜେଡି ନେତା ଧନଂଜୟ ନାୟକ ଉପସ୍ଥିତ ଥିଲେ । ହରସିଂପୁର ପଞ୍ଚାୟତରୁ ସମିତିସଭ୍ୟ ପ୍ରାର୍ଥୀ ଭାବେ ବିରାଜ କୁମାର ପାଢ଼ୀ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ତାଙ୍କ ସହିତ ପ୍ରଫୁଲ ପାଢ଼ୀ, କୃଷ୍ଣଚନ୍ଦ୍ର ମହାନ୍ତି, ଯଦୁନାଥ ପାଣିଗ୍ରାହୀ ଉପସ୍ଥିତ ଥିଲେ ।

ଦୌଲତପୁର ପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀ ଭାବେ ସଂଘମିତ୍ରା ସେନାପତି ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଗୋପବନ୍ଧୁ ସେନାପତି, ସରପଞ୍ଚ ପ୍ରାର୍ଥୀ ପ୍ରଭାତ ମିଶ୍ର, ସୁବାସିନୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପାଳିଆବିନ୍ଧା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ମିନତୀ ନାୟକ ଓ ସମିତିସଭ୍ୟ ପ୍ରାର୍ଥୀ ଭାବେ ସତ୍ୟବ୍ରତ ପାତ୍ର ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସରପଞ୍ଚ ଉଷାକାନ୍ତ ନାୟକ, ଅଭିମନ୍ୟୁ ମହାନ୍ତି, ବିଶ୍ୱମ୍ବର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ମୁକୁନ୍ଦପୁର ପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀ ଭାବେ ବିଜୟ କୁମାର ମହାଳିକ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସରପଞ୍ଚ କୀର୍ତ୍ତନ ରାଉତ, ଗଣେଶ ନାୟକ, ସହଦେବ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ । ବାମନବିନ୍ଧା ପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀ ଭାବେ ପ୍ରବୋଧ ମହାନ୍ତି ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଦୌଲତପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଭାବେ ସୁବାସ ମୁଦୁଲି ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଜୟରାମ ମୁଦୁଲି, ସୁଧାରଞ୍ଜନ ମହାନ୍ତି, ଅମର ବଳ, ଦୀପକ ମହାନ୍ତି, ଉମାକାନ୍ତ ମହାରଣା, ଭାଗିରଥି ସେଠୀ, ଅକ୍ଷୟ ମହାନ୍ତି, ନିରଞ୍ଜନ ଦାସ, ପ୍ରଦୀପ ବାରିକ, ସୁରେଶ ବାରିକ, ପ୍ରାଣବନ୍ଧୁ ମିଶ୍ର, ରତି ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଗୋବିନ୍ଦପୁର ପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀ ଭାବେ ସରୋଜ କୁମାର ନାୟକ ଓ ସରପଞ୍ଚ ପ୍ରାର୍ଥୀ ଭାବେ ଭାଗ୍ୟବତୀ ସାହୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସରପଞ୍ଚ ମାନସ ସାହୁ, ଆଲୋକ ନାୟକ, ସନ୍ତୋଷ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

ଫତେପୁର ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ସୁରେନ୍ଦ୍ର କୁମାର ନାୟକ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଛନ୍ଦା ଚରଣ ନାୟକ, ଉମାକାନ୍ତ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । କୋହ୍ଲ ପଞ୍ଚାୟତର ସମିତିସଭ୍ୟା ପ୍ରାର୍ଥୀ ଭାବେ ତିଳୋତ୍ତମା ବେହେରା ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସମିତିସଭ୍ୟ ସୌମ୍ୟରଂଜନ ପରିଡ଼ା, କୈଳାସ ପରିଡ଼ା, ନିତ୍ୟାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ତିହିଡ଼ି ବ୍ଲକର ଚତୁର୍ଥ ଦିନରେ ୪୯ ସମିତି, ୩୭ ସରପଞ୍ଚ ଓ ୪୩୭ ୱାର୍ଡ଼ ସଦସ୍ୟଙ୍କ ନାମାଙ୍କନପତ୍ର ଦାଖଲ କରିଥିବା ଜଣା ପଡ଼ିଛି ।ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ ମଙ୍ଗଳପୁର ପଞ୍ଚାୟତରେ ଚଳିତ ନିର୍ବାଚନରେ ହେବ ରୋଚକ ଲଢେଇ । ଏହି ମୈଦାନରେ ଶାସକ ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟ ଓ ଜାତୀୟ କଂଗ୍ରେସ ସମର୍ଥିତ ପ୍ରାର୍ଥି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ୩ ଜଣଯାକ ପ୍ରାର୍ଥି କେହି କାହାରିକୁ କୌଣସି ଗୁରଣରେ କମ୍ ନୃହଁନ୍ତି ବୋଲି ଅବିହିତ କରୁଛନ୍ତି । ୫ ବର୍ଷ ପୂର୍ବେ ନୂତନ ଭାବେ ଗଠିତ ହୋଇଥିବା ଏହି ମଙ୍ଗଳପୁର ପଞ୍ଚାୟତ ଅଞ୍ଚଳବାସୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଓ ବିକାଶମୁଖି ପଞ୍ଚାୟତ ହେବବୋଲି ସମସ୍ତଙ୍କ ଆଶା ବିଶ୍ୱାସ ଥିଲା । ନୂତନ ପଞ୍ଚାୟତର ନିର୍ବାଚିତ ହୋଇଥିବା ସରପଞ୍ଚଙ୍କ ଉପରେ ଜନସାଧାରଣଙ୍କର ଆସ୍ଥା ଥିଲା । ହେଲେ ୫ ପୂରି ଯାଇଥିଲେ ମଧ୍ୟ ପଞ୍ଚାୟତର ଅବସ୍ଥା ନକହିଲେ ଭଲ । ପଞ୍ଚାୟତବାସୀଙ୍କ ବିକାଶ ତ ଦୂରର କଥା ଏଠି ପଞ୍ଚାୟତ କାର୍ଯ୍ୟାଳୟଟିଏ ମଧ୍ୟ ବିକାଶିତ ହୋଇ ପାରିଲା ନାହିଁ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନାରେ ଉନ୍ନୟନ କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ଆସିଥିଲେ ମଧ୍ୟ ତାହା ବିନିଯୋଗ ହୋଇପାରିନାହିଁ । ଖାଲି ସେତିକି ନୁହେଁ ବିଭିନ୍ନ ସରକାରୀ ଯୋଜନା ଯାହା ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ତାହା ସଠିକ୍ ଲୋକଙ୍କ ପାଖରେ ପହଞ୍ôଚପାରନଥିବା ବହୁ ହିତାଧିକାରୀ କ୍ଷୋଭର ପ୍ରକାଶ କରିଛନ୍ତି ।

ତେବେ ଦୂର୍ନୀତି ଏବଂ ସରକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ଅସାମର୍ଥତା କାରଣରୁ ତାଙ୍କୁ ପଦବୀରୁ କହିଷ୍କୃତ କରାଯିବା ଚର୍ଚ୍ଚାରେ ରହିଛି । ତେବେ ଚଳିତ ନିର୍ବାଚନରେ ଏହାକୁ ମୁଦ୍ଦା କରି ବିଜେଡି ସମର୍ଥିତ ପ୍ରାର୍ଥିନୀଭାବେ ପୁଷ୍ପାଞ୍ଜଳୀ ଲେଙ୍କା, ବିଜେପି ସମର୍ଥିତ ପ୍ରାର୍ଥିନୀଭାବେ ପୁଷ୍ପିତା ବଳ ଓ କଂଗ୍ରେସ ସମର୍ଥିତ ପ୍ରାର୍ଥି ଭାବେ ଯୁବନେତା ଶ୍ରଦ୍ଧାପ୍ରକାଶ ନାୟକ ନିର୍ବାଚନ ମୈଦାନରେ ପାଦ ଥାପିଛନ୍ତି । ବିକାଶ ସମସ୍ତଙ୍କର ମୁଦ୍ଦା ହୋଇଥିବା ବେଳେ ପଞ୍ଚାୟତବାସୀଙ୍କୁ ବିକାଶ ସ୍ରୋତରେ ସାମିଲ କରିବା ଏବଂ ପଞ୍ଚାୟତର ଅବହେଳିତ ନଷ୍ପେସିତମାନଙ୍କୁ ସ୍ୱତନ୍ତ୍ର ଦୃଷ୍ଟି ଦେବା ଆମ