ଧୋକ୍କା ଦେଇଥିବା ପ୍ରେମିକାର ଅଭିନବ କାଣ୍ଡ ପାଇଁ ଆତ୍ମହତ୍ୟା କଲା ପ୍ରେମିକ, ପ୍ରେମିକା ସମେତ ପରିବାର ଓ ବନ୍ଧୁବର୍ଗଙ୍କ ବିରୋଧରେ ଥାନାରେ ଏତଲା।

425

କଟକ (ଉତ୍କଳ ନ୍ୟୁଜ) ୦୩-୦୧-୨୦୨୨: ଧୋକ୍କା ଦେଇଥିବା ପ୍ରେମିକାର ଅଭିନବ କାଣ୍ଡ ପାଇଁ ଆତ୍ମହତ୍ୟା କଲା ପ୍ରେମିକ । ଯାହା ସଂପ୍ରତି ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୂର୍ବତନ ପ୍ରେମିକା ଦାୟୀକରି ପ୍ରେମିକର ଆତ୍ମହତ୍ୟା ପରେ ପ୍ରେମିକା ସମେତ ପରିବାର ଓ ବନ୍ଧୁବର୍ଗଙ୍କ ବିରୋଧରେ ମୃତକ ପ୍ରେମିକଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ମଧ୍ୟ ନଜିରକୁ ଆସୁଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନାଧିନ ବାଣିତିଆ ଗ୍ରାମରେ । ମୃତକ ପ୍ରେମିକ ହେଉଛନ୍ତି ବାଣିତିଆ ଗ୍ରାମର ସନାତନ ପତିଙ୍କ ସାନ ପୁଅ ବଳରାମ ପତି । ସୁଦୁର କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଅଞ୍ଚଳର ବଜରପୁର ଗାଁର ଗୋକୁଳ ପାଣିଙ୍କ ଝିଅ ଶୁଭଶ୍ରୀ ପାଣିଙ୍କୁ ବିଗତ ୮ ବର୍ଷ ହେଲା ପ୍ରେମ କରୁଥିଲେ ବଳରାମ । କେବଳ ପ୍ରେମରେ ସୀମିତ ନଥିଲା ଉଭୟଙ୍କ ସମ୍ପର୍କ, ସବୁ ସମ୍ପର୍କରେ ସୀମା ପାର୍ ହୋଇ ଯାଇଥିଲେ ଉଭୟ । ପ୍ରଥମେ ପ୍ରେମ ପରେ ଶାରିରୀକ ସମ୍ପର୍କ ଏବଂ ବହୁତ କିଛି ଯାହା ବଖାଣିବା ମୁସ୍କିଲି । ପ୍ରେମିକର ସୋସିଆଲ ମିଡିଆ ସାଇଟ୍‌ରୁ ମିଳିଛି ଉଭୟଙ୍କ ସମ୍ପର୍କରେ ଅନେକ ଗୁମର । ଫଟୋ ଚିତ୍ର ଦେଖିଲେ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ଠାରୁ ଅଧିକ ଘନିଭୁତ ପରି ଲାଗୁଛି । ତେବେ ଏହି ସମ୍ପର୍କରେ ମଧ୍ୟରେ ଲୁଚି ରହିଥିଲା ପ୍ରଲୋଭିତ କରି ପ୍ରେମିକ ଠାରୁ ପ୍ରେମିକା ନେଇଥିବାର ଲକ୍ଷାଧିକ ଟଙ୍କା । ଟଙ୍କା ନେଇ ପ୍ରେମିକା ଅୟସ କରୁଥିବାର ପ୍ରମାଣ ଦେଇଛନ୍ତି ପ୍ରେମିକ । ଗତ ବର୍ଷ ଯେତେବେଳେ ପ୍ରେମିକଙ୍କ ମାଆ ରୋଗାଗ୍ରସ୍ଥ ହୁଅନ୍ତି ପ୍ରେମିକ ଚାହିଁଥିଲେ ତାଙ୍କୁ ବିବାହ କରିବାକୁ ମାତ୍ର ପ୍ରେମିକାଙ୍କ ପରିବାର ଲୋକେ ରାଜିନଥିବା ଆଳ ଦେଖେଇ ଦୂରେଇ ଦେଇଥିଲେ ଏବଂ ପ୍ରେମିକ ଅନ୍ୟତ୍ର ବିବାହ କଲେ ଭବିଷ୍ୟତରେ ଦାୟୀ ଅଥବା ବିରୋଧ କରିବ ନାହିଁ ବୋଲି ସାଧା କାଗଜରେ ହାତକାଟି ଲିଖିତ ପ୍ରତିକ୍ରିୟା ରଖିଥିଲା ପ୍ରେମିକା । ଯାହାକୁ ନେଇ ଇଛା ନଥିଲେ ମଧ୍ୟ ପରିବାର ପାଇଁ ସଂସାର କରିଥିଲେ ପ୍ରେମିକ ଏବଂ ଅନ୍ୟତ୍ର ବିବାହ କରିଥିଲେ ଗତ ବର୍ଷ ଜୁନ୍ ମାସରେ । ବିବାହର ୬ ମାସ ପର୍ଯ୍ୟନ୍ତ ଉଭୟ ପ୍ରେମିକ ଓ ପ୍ରେମିକା ମଧ୍ୟରେ କୌଣସି ଲିଙ୍କ ନଥିଲା ସେପଟେ ପ୍ରେମିକ ମଧ୍ୟ ବୈବାହିକ ଜୀବନ ଖୁସିରେ ବିତୁଥିଲା । ଇତିମଧ୍ୟରେ ପ୍ରେମିକା ଅନ୍ୟ ଜଣେ ପୁରୁଷକୁ ପ୍ରେମ କରି ବିବାହ କରିବାକୁ ଯାଉଥିବା ଖବର ପାଇଥିଲେ ପ୍ରେମିକ । ମନର ଅସୁମାରୀ କୋହକୁ ଚାପି ରଖି ସାମୟିକଭାବେ ମାନସିକ ସ୍ତରରେ ଭାଙ୍ଗି ପଡିଥିଲେ ମଧ୍ୟ ପ୍ରେମିକାକୁ ଦେଇଥିବା ଲକ୍ଷାଧିକ ଟଙ୍କା ଫେରସ୍ଥ ପାଇଁ ମନ ବଳାଇଥିଲେ ପ୍ରେମିକ । ମାତ୍ର ପ୍ରେମିକା ଜଣକ ଟଙ୍କା ନଫେରେଇ ପରିବାର ଲୋକଙ୍କୁ ଅବଗତ କରିଥିଲା । ପ୍ରେମିକ ବଳରାମକୁ ପାନେ ଦେବା ଲକ୍ଷ୍ୟରେ ତାଙ୍କ ପରିବାର ଲୋକଙ୍କ ସମେତ ତିହିଡି ବ୍ଲକ କମାରିଆ ଗାଁର ମାମୁଁ ଘର ଲୋକେ ପ୍ରେମିକ ପରିବାର ଲୋକଙ୍କୁ ଧମକ ଚମକ ଦେବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଯାହା ଫଳରେ ମାନସିକ ସ୍ତରରେ ବିଚଳିତ ହୋଇ ପଡିଥିଲା ପ୍ରେମିକ । ସାମାଜିକ ନିନ୍ଦା ଅପବାଦକୁ ମୁକାବିଲା କରିବାର କ୍ଷମତା ହରାଇ ଶେଷରେ ଫେସ୍‌ବୁକ୍ ଲାଇଭ୍ ଜରିଆରେ ତାଙ୍କର ପୂର୍ବତନ ପ୍ରେମିକା ସହିତ ସମସ୍ତ ଅନ୍ତରଙ୍ଗ ମୂହୁର୍ତ୍ତର ହିସାବ କିତାବ ଦେଇ ମନକଥା ଜଣାଇଥିଲା । ଏବଂ ପରେ ଶେଷରେ କର୍ମ ସଂସ୍ଥା ସୂଦୁର ଗୁଡୁଗାଁଓସ୍ଥିତ ଏକ ଭଡା ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟ କରିଥିବା ଜଣା ଯାଇଛି । ପୁଅକୁ ହରାଇବାଇ ପରେ ପରିବାର ଲୋକେ ତା ର ପୂର୍ବତନ ପ୍ରେମିକା ସମେତ ତାଙ୍କ ପରିବାର ଓ ମାମୁଁ ଘର ଲୋକଙ୍କ ଦାୟୀ କରି ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏତଲା ଦେଇଥିବା ଜଣାଯାଇଛି । ତେବେ ଆଗାମି ଦିନରେ ପୋଲିସ କେଉଁ ପ୍ରକାର ପଦକ୍ଷେପ ନେଉଛି ତାହା କେବଳ ଦେଖିବା ବାକି ରହିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |