ଭୋଟ ହାତେଇବା ଲାଗି ପୁଣି ଭୁତେଇଲେ ରାଜ୍ୟ ସରକାର, ବିଜୁ ସ୍ମାର୍ଟ କାର୍ଡ ଯୋଜନାକୁ କଂଗ୍ରେସ ପକ୍ଷରୁ କଟାକ୍ଷ |

323

କଟକ(ଉତ୍କଳ ନିଉଜ) ୦୧/୧୨/୨୦୨୧ : ସାଧାରଣ ଲୋକଙ୍କ ଭାବାବେଗ ସହିତ ଖେଳ ଖେଳୁଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । ପ୍ରତି ନିର୍ବାଚନ ପୂର୍ବରୁ ହାତିଘୋଡା ଯୋଗାଇ ଦେବାର ପ୍ରତିଶୃତି ଦେଇ ଭୋଟ ହାତଉଥିବା ଏହି ଦୁଇ ସରକାର ଯୋଜନା କାର୍ଯ୍ୟକାରୀରେ କିନ୍ତୁ ଅସଫଳ ହୋଇଛନ୍ତି । ବିଜେଡିର ୨୧ ବର୍ଷର ଶାସନରେ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ପ୍ରତିଶୃତି ଦେଇ ପ୍ରତାରଣା କରୁଥିବା ବେଳେ କେନ୍ଦ୍ର ସରକାର ତୈଳଦର ବୃଦ୍ଧି ରୋକିବାରେ ବିଫଳ ହୋଇଥିବା ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ହୁହୁ ହୋଇ ବୃଦ୍ଧି ପାଉଥିବା ନେଇ ଉଭୟ ସରକାରଙ୍କୁ କଟାକ୍ଷ କରିଛି କଂଗ୍ରେସ । କାଳିଆ ଯୋଜନା ଠାରୁ ଆରମ୍ଭ କରି ଗତ ନିର୍ବାଚନ ପୂର୍ବରୁ ପିଠା ଯୋଜନା ଏବଂ ପରେ ବଳିଆ ଯୋଜନା ଆଦିରେ ଭୋଟରମାନେ ଆକୃଷ୍ଠ ହୋଇ ବିଜେଡି ସପକ୍ଷରେ ଭୋଟ ଦେଇ ରାଜ୍ୟ ନବୀନ ସରକାରଙ୍କ ହାତ ମୁଠା ଟାଣ ହୋଇଥିଲା । ଆଗକୁ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସଂପ୍ରତି ବିଜୁ ସ୍ମାର୍ଟ କାର୍ଡ ଯୋଜନା ପ୍ରଣୟନ କରି ବେଶ ପରିଚିତ ହେବାକୁ ଯାଉଛନ୍ତି । ଲୋକଙ୍କୁ ପ୍ରବାହିତ କରିବାର ଏହା ଏକ ଉତୃଷ୍ଟ ମାଧ୍ୟମ ବୋଲି ଅବିହିତ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅନନ୍ତ ପ୍ରସାଦ ସେଠୀ । ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ବୋଲି ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । ରୋଗ ବୈରାଗ ଏକ ଚିରାଚରିତ ହୋଇଥିବା ବେଳେ ଅନ୍ୟ କୋଣସି ଉପାୟ ଅବଲମ୍ବନ କରିବା ଅପେକ୍ଷା ପୁରୁଣା ବୋତଲରେ ନୂଆ ମଦ ଭର୍ତ୍ତୀ କରି ଲୋକଙ୍କୁ ଆକୃଷ୍ଟ କରିବା ସଦୃଶ ପରି କଟାକ୍ଷ କରିଛନ୍ତି ଶ୍ରୀ ସେଠୀ । ନିର୍ବାଚନ ବୈତରଣୀ ପାର ହେବାର ଲକ୍ଷ୍ୟ ବିଜେଡି ଯେଉଁସବୁ ଯୋଜନା ପ୍ରଣୟନ କରୁଛି ତାହା ବାସ୍ତବାରେ କାର୍ଯ୍ୟକାରୀ ହେଉନାହିଁ । ବିଜୁ ସ୍ମାର୍ଟ କାର୍ଡ ଯୋଜନାରେ ବାର୍ଷିକ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ଓ ପୁରୁଷଙ୍କୁ ୫ ଲକ୍ଷ ଟଙ୍କାର ଚିକିତ୍ସା ଖର୍ଚ୍ଚ ମେଣ୍ଟାଇବାର ଲୋଭ ଦେଖା ଯାଇଛି । ମାତ୍ର ଏହି ଯୋଜନା କାର୍ଯ୍ୟକାରୀ ହେଲେ ରାଜ୍ୟ ସରକାର କୋଟି କୋଟି ଟଙ୍କାର ବ୍ୟୟବରାଦ କରିବାର ଆବଶ୍ୟକତା ରହିଛି ଯାହା କଦାପି ସମ୍ଭବପର ନୁହେଁ ବୋଲି ଦୃଢୋକ୍ତି ସହ ପ୍ରକାଶ କରିଛନ୍ତି ଶ୍ରୀ ସେଠୀ । ସବୁବଠୁ ବଡ କଥା ହେଉଛି ଏହି କାର୍ଡ ବଣ୍ଟନ କରିବା ଲାଗି ବିଧାୟକଙ୍କ ଠାରୁ ଆରମ୍ଭ କରି ସାଂସଦ ଏପରିକି ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀମାନେ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ତଥା ଜିଲ୍ଲା ସ୍ତରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଭୋଟମାନଙ୍କୁ ଆକୃଷ୍ଟ କରିବା ଲାଗି ଭାଷଣବାଜି କରୁଛନ୍ତି ଏବଂ ନାମକ ହାତଗଣତି କେତେକଙ୍କୁ କାର୍ଡ ବଣ୍ଟନ କରି ବାକିଗୁଡିକୁ ପରବର୍ତ୍ତୀ ସମୟରେ ବଣ୍ଟନ କରାଯିବ ସଭାରେ କୁହାଯାଉଛି । କର୍ମୀମାନଙ୍କୁ ବିଶେଷ କରି ମହିଳାମାନଙ୍କୁ ସନ୍ତୁଷ୍ଟ କରିବା ଲାଗି ଟିଫିନ୍ ପ୍ୟାକେଟ୍ ସହିତ ଭାତ ଡାଲମାର ବ୍ୟବସ୍ଥା କରି ବେଶ ପରିଚୟ ସୃଷ୍ଟି କରୁଛି ବିଜେଡି । ଉତ୍ସବର ଖର୍ଚ୍ଚ ଭଷଣା କରିବା ଲାଗି ଗାଁ କଲ୍ୟାଣ ସମିତିଗୁଡିକୁ ପଞ୍ଚାୟତ ପ୍ରଶାସନକୁ ୫ ହଜାର ଟଙ୍କା ପ୍ରଦାନ ନିର୍ଦ୍ଦଶ ରହିଛି । ସବୁପରେ ଏହାର ସରକାରଙ୍କ ତହବିଲରୁ ଖର୍ଚ୍ଚ ହେଉଥିବା ଶ୍ରୀ ସେଠୀ ବୁଧବାର ଅପରାହ୍ନରେ ତିହିଡି ବ୍ଲକ କମାରିଆ ବଜାରସ୍ଥିତ ପାର୍ଟି କାର୍ଯ୍ୟାଳୟରେ ଏକ ବିବୃତିରେ ରାଜ୍ୟ ସରକାରଙ୍କ ଆଉ ଗୋଟିଏ ତୀର ମାରିଛନ୍ତି । ମାଗଣା ରୋଗୀ ସେବା ଆଳରେ ବେସରକାରୀ ହସପିଟାଲଗୁଡିକର ରାଜ୍ୟ ସରକାର କୋଟି କୋଟି ଟଙ୍କା ବକେୟା ରଖିଛନ୍ତି ରାଜ୍ୟ ସରକାର । ଏନେଇ ବେସରକାରୀ ହସପିଟାଲ ସଂଘ ପକ୍ଷରୁ ତିବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ ଏହି ବିଜୁ ସ୍ମାର୍ଟ କାର୍ଡର ସେବା ପ୍ରଦାନ କରାଯିବ ନାହିଁ ବୋଲି ଏବେଠାରୁ ସୂଚନା ମିଳିସାରିଲାଣି । ତେବେ ଆଗାମୀ ନିର୍ବାଚନରେ ସାଧାରଣ ଜନତା ଏହାର ଉଚିତ ଜବାବ ଦେବେ ବୋଲି କଂଗ୍ରେସ ଆଶା ବାନ୍ଧିଥିବା କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସଭାପତି ସରୋଜ କୁମାର ଦାସ, ମୀନକେତନ ସେନାପତି, ଗଜେନ୍ଦ୍ର ପରିଡା, ଦୀପକ ଦାସ, ଗୋରାବାବୁ ସାହା, ସାମ୍ୟପ୍ରକାଶ ନାୟକ, ଜଳଧର ଦାସ, ରମାକାନ୍ତ ବାରିକ, ଗୋପିନାଥ ସାହୁ, ନଟବର ମଳିକ, ହରିହର ମଳିକ, ସୁରେନ୍ଦ୍ର ସାହୁ, ସେକ୍ ଅବଦୁଲ୍ଲା ଓ ଭାଗିରଥି ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |