ପାରିବାରିକ କଳହକୁ ନେଇ ବଡ଼ ଭାଇର ଟାଙ୍ଗିଆ ଚୋଟ ରେ ସାନ ଭାଈ ର ମୃତ୍ୟୁ

177

10.04.2020(ଅନୁଗୋଳ ) ଅନୁଗୋଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ସାନକେରଜାଙ୍ଗ ଗାଁରେ ଦୁଃଖଦ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନଭାଇର ମୃତ୍ୟୁ ଘଟିଛି । ମୃତକ ହେଲେ ଦିଲ୍ଲୀପ କୁମାର ନାୟକ। ଅଭିଯୁକ୍ତ ବଇଁଶି ନାୟକଙ୍କୁ ପୁଲିସ୍‌ ଗିରଫ କରିଛି।ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ କୌଣସି କଥାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଏଥିରେ ବଇଁଶି ରାଗିଯାଇ ଘରୁ ଏକ ଟାଙ୍ଗିଆ ଆଣି ଦିଲ୍ଲୀପଙ୍କୁ ଚୋଟ ପକାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବଡ଼ ଭାଇକୁ ଗିରଫ କରିଥିଲା। ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାପଡ଼ିଛି।