ମା ଭଦ୍ରକାଳୀଙ୍କ ମହାଲକ୍ଷ୍ମୀ ବେଶ।

211

କଟକ (ଉତ୍କଳ ନ୍ୟୁଜ) ୧୦-୧୧-୨୦୨୧: ସର୍ବଦା ବିଶ୍ଵମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ମା ଭଦ୍ରକାଳୀ ଆଜି ସପ୍ତମାତୃକା ବେଶର ସପ୍ତମ ତଥା ଶେଷ ଦିନରେ ମା ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଉଛନ୍ତି। ଏହା ପରେ ମା ଭଦ୍ରକାଳୀ ବର୍ଷ ତମାମ ବିଶ୍ବମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ମା ଭଦ୍ରକାଳୀଙ୍କୁ ମହାଲକ୍ଷ୍ମୀ ବେଶରେ ଦର୍ଶନ କଲେ ଧନଧାନ୍ୟ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ବାସ ରହିଛି। ତେଣୁ ଆଜିର ଦିନରେ ମାଙ୍କୁ ମହାଲକ୍ଷ୍ମୀ ବେଶରେ ଦର୍ଶନ କରି କରୁଣା ଭିକ୍ଷା କରିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଯାହାକି ଚଳିତବର୍ଷ କୋରୋନା କଟକଣା ଯୋଗୁ ହୋଇ ପାରିନାହିଁ।

ଜଗତ କଲ୍ୟାଣ ପାଇଁ କାଳୀପୂଜା ଠାରୁ ସାତ ଦିନ ଧରି ମା ସପ୍ତମାତୃକା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ଯାହାକି କାଳୀପୂଜା ତଥା ଚଳିତ ଗୁରୁବାର ଠାରୁ ଆରମ୍ଭ ହୋଇଥିଲା। ମା ଙ୍କୁ ସାତଦିନ ଧରି ସପ୍ତମାତୃକା ବେଶରେ ଦର୍ଶନ କରିବା ପାଇଁ ଦୂର ଦୁରାନ୍ତରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ହେଲେ ଚଳିତ ବର୍ଷ କୋରୋନା କଟକଣା ମଧ୍ୟରେ ଏହା ଆୟାଜିତ ହୋଇଥିଲା। ମନ୍ଦିରରେ ମା ଙ୍କ ସପ୍ତମାତୃକା ବେଶ ଦର୍ଶନ କରିବା ଲାଗି ଭକ୍ତମାନଙ୍କୁ ବାରଣ କରାଯାଇଛି। ଆସନ୍ତା କାଲି ଠାରୁ ପରମ ବୈଷ୍ଣବୀ ମା ଭଦ୍ରକାଳି ବିଶ୍ଵମାତା ରୂପରେ ପୂଜା ପାଇବା ସହ ଭକ୍ତଙ୍କୁ ଦର୍ଶନ ଦେବେ। ତିହିଡି ରୁ ସଞ୍ଜୟ ଦାଶ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |