ବିଳମ୍ବିତ ରାତିରେ ଧରାପଡିଲେ ଗୋମାଂସ ଚାଲାଣ କାରୀ , ୩ ଗିରଫ|

165

ପ୍ରଧାନ ପାଲୀରେ ଚାଲିଥିବା ଗୋମାଂସ ଚାଲାଣ ଧରାପଡିଛି । ବିଳମ୍ବିତ ରାତିରେ ୪ ଜଣ ଦୁର୍ବୁର୍ତ୍ତ ଗୋମାଂସ ଧରି ଲୁଆକେରା ଜଙ୍ଗଲ ବାଟ ଦେଇ ଯାଉଥିଲେ ବିକ୍ରି କରିବାକୁ । ଲୁଆକେରା ବସ୍ତିର ସୋନୁ କନ୍ସାରୀ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅଙ୍କୁଶ ବର୍ମାଙ୍କୁ ଅବଗତ କରାଇଥିଲେ ସଂପୃକ୍ତ ଘଟଣା ବିଷୟରେ । ସୋନୁ କନ୍ସାରୀ ଓ ଅଙ୍କସ ବର୍ମା ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କୁ ଅଟକାଇବାରେ ସକ୍ଷମ ହୋଇଥିଲେ । ୪ ଜଣଙ୍କ ମଧ୍ୟରୁ ଜଣେ ବସ୍ତାଏ ଗୋମାଂସ ସହ ଫେରାର ହୋଇଯାଇଥିଲା ଉକ୍ତ ସ୍ଥାନରୁ । ସେମାନେ ତୁରନ୍ତ ସେକ୍ଟର ୧୫ ଥାନା ସହ ଯୋଗାଯୋଗ କରି ଘଟଣା ବିଷୟରେ ସୂଚିତ କରିଥିଲେ । ଖବର ପାଇ ପୋଲିଶ ଘଟଣାସ୍ଥଳରେ ପହଞ୍ଚି ଗୋଟିଏ ବେଗ ଗୋମାଂସ ଜବତ କରିବା ସହିତ ଅଟକ ୩ ଜଣଙ୍କୁ ଥାନାକୁ ନେଇଥିଲେ । ଫେରାର ଯୁବକକୁ ଧରିବା ପାଇଁ ତଦନ୍ତ ଜାରି ରହିଛି । ଏ ବାବଦରେ ଅଙ୍କୁଶ ବର୍ମା ଓ ସୋନୁ କନ୍ସାରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସୁନ୍ଦରଗଡ଼ରୁ ବ୍ୟୁରୋ ହେଡ ସଂଜୀବ କୁମାର ପାଢ଼ୀଙ୍କ ରିପୋର୍ଟ ଉତ୍କଳ ନିଉଜ଼ ।