ଆଇସକ୍ରିମ ଫେଂକ୍ଟ୍ରି ପାଖରୁ ଉଦ୍ଧାର ହୋଇଛି ପ୍ରେମୀ ଯୁଗଳଙ୍କ ଶବ

176

10.04.2020(ସମ୍ବଲପୁର )ସମ୍ବଲପୁର ଜିଲ୍ଲା ଆ.କଟାପାଲି ଆଇସ୍‌କ୍ରିମ୍‌ ଫ୍ୟାକ୍ଟ୍ରି ପଛପଟେ ଯାଇଥିବା ରେଳଧାରଣାରୁ ପ୍ରେମୀ ଯୁଗଳଙ୍କ ଶବ ଉଦ୍ଧାର ହୋଇଛି । ମୃତକ ଦ୍ୱୟ ଆ.କଟାପାଲି ନିକଟ ବୁଠିଟିକ୍ରା ଖଡ଼ିଆପଡ଼ାର ବୋଲି ଜଣାପଡ଼ିଛି। ଜିଆର୍‌ପି ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଘଟଣା ସନ୍ଦେହ ଘେରରେ ରହିଛି । ପାରିପାଶ୍ୱିର୍କ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି ।ସୂଚନାନୁଯାୟୀ, ଗୁରୁବାର ରେଳ ଧାରଣାରେ ଯୁବକ ଓ ଯୁବତୀଙ୍କ ମୃତଦେହ ଦେଖି ଲୋକେ ପୁଲିସ୍‌କୁ ଖବର ଦେଇଥିଲେ । ସମ୍ବଲପୁର ଜିଆର୍‌ପି ଥାନା ଏଏସ୍‌ଆଇ ଭାଗ୍ୟବନ୍ତ ନାଗ ଓ ସବଇନ୍ସପେକ୍ଟର୍‌ ମାରିଆନୁସ୍‌ ମିଞ୍ଜ ଟିମ୍‌ ସହ ପହଞ୍ଚି ଉଭୟ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଯୁବକ ଜଣକ ୫ ବର୍ଷ ତଳେ ବିବାହ କରିଥିଲେ । ହେଲେ ୨ ମାସ ପରେ ତାଙ୍କ ସ୍ତ୍ରୀ ଛାଡ଼ି ଚାଲି ଯାଇଥିଲା । ଏହାପରେ ଯୁବକଙ୍କ ସଂପୃକ୍ତ ଯୁବତୀ ସହିତ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ଏହି ସଂପର୍କକୁ ଯୁବତୀଙ୍କ ବାପା ବିରୋଧ କରୁଥିଲେ । ହେଲେ ଯୁବତୀ ଜଣକ ମାନୁନଥିଲେ । ଗତ ରାତି ଯୁବତୀଙ୍କ ପରିବାରର ସମସ୍ତେ ଖାଇ ପିଇ ଶୋଇଥିଲେ । ପ୍ରାୟ ୧୦ଟା ପରେ ଯୁବତୀ ଜଣକ ଘରେ ନଥିବା ଜାଣି ବାପା ଆଖପାଖରେ ଖୋଜାଖୋଜି କରିଥିଲେ । ହେଲେ ଝିଅର ଖୋଜଖବର ମିଳିନଥିବା ବାପା ପୁଲିସ୍‌ ଆଗରେ କହିଛନ୍ତି ।ପ୍ରେମକୁ ସ୍ୱୀକୃତି ମିଳିନଥିବାରୁ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଛନ୍ତି ନା ପ୍ରେମକୁ ବିରୋଧ କରି ସେମାନଙ୍କୁ ହତ୍ୟା କରାଯାଇଛି ତାହା ତଦନ୍ତ ସାପେକ୍ଷ ହୋଇଛି । ଉଭୟଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଘଟଣା ପଛର କିଛି ଅଧିକ ତଥ୍ୟ ମିଳିପାରିବ ବୋଲି ପୁଲିସ୍‌ ଆଶାବାଦୀ ରହିଛି ।