ତିହିଡିରେ କୋର୍ଟ ପ୍ରତିଷ୍ଠା ପାଇଁ ଜିଲ୍ଲା ଜଜ୍‌ଙ୍କ କ୍ଷେତ୍ର ପରିଦର୍ଶନ

495

କଟକ(ଉତ୍କଳ ନିଉଜ)୧୮/୧୦/୨୦୨୧ ବହୁ ପ୍ରତିକ୍ଷିତ ଭଦ୍ରକ ଜିଲ୍ଲା ତିହିଡ଼ିରେ ପ୍ରତିଷ୍ଠା ହେବାକୁ ଥିବା ସିଭିଲ ଜ୍‌ଜ୍ ତଥା ଜେଏମଏଫସି କୋର୍ଟ ପାଇଁ ସୋମବାର ଜିଲା ଜଜ୍ କ୍ଷେତ୍ର ପରିଦର୍ଶନ କରିଥିବା ଜଣାଯାଇଛି । ଜିଲ୍ଲା ଜଜ୍ ଶିଶିର କୁମାର ରଥ ଭାଟପଡ଼ା ମୌଜାର ବଣବଣା ପଦାକୁ ଯାଇ ଅନୁଧ୍ୟାନ କରିଥିଲେ । ପରେ ତହସିଲ କାର୍ଯ୍ୟାଳୟକୁ ଆସି ଏହାର ସମୀକ୍ଷା କରିଥିଲେ । ଜିଲ୍ଲା ସହିତ କୋର୍ଟ ରେଜିଷ୍ଟ୍ରାର ଅବକାଶ ଚୌଧୁରୀ, କୋର୍ଟ ମ୍ୟାନେଜର ମାନସ ରଥ, ତିହିଡ଼ି ତହସିଲଦାର ପ୍ରତୀକ କୁମାର ସାହୁ, ତିହିଡ଼ି ରାଜସ୍ୱ ନିରୀକ୍ଷକ ମହେଶ୍ୱର ରଣା, ଅମିନ ପ୍ରଦୀପ ଦାସ ପ୍ରମୁଖ ସାମିଲ ହୋଇଥିଲେ । ତିହିଡ଼ି ବାର୍ ଆସୋସିଏସନ ପକ୍ଷରୁ ଆଇନଜୀବୀ ତପନ ମିଶ୍ର, ବିଷ୍ଣୁ ଦାଶ, ଅପୂର୍ବ ଦାସ, ଗୌରହରି ମହାନ୍ତି, ସତ୍ୟସୁନ୍ଦର ପତି, ନଳିନୀକାନ୍ତ ନାୟକ, ସୁବାସ ବେହେରା, ମନୋରଂଜନ ଦାସ, ହିମାଂଶୁ ଭଟ୍ଟାଚାର୍ଯ୍ୟ, ବସନ୍ତ ନାୟକ, ରତିକାନ୍ତ ନାଥ, ରାମଚନ୍ଦ୍ର ମହାପାତ୍ର, ପୀତାମ୍ବର ଦାସ, ଦାଶରଥି ଦାସ, ବିଜୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଥାଉକି, ତିହିଡିରେ କୋର୍ଟ ପ୍ରତିଷ୍ଠା କରିବା ଲାଗି ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ରହିଛି । ତେବେ ଦିର୍ଘ ବର୍ଷ ହେଲା ସରକାରୀ ଜମି ଚିହ୍ନଟରେ ବିଳମ୍ବ ହୋଇଥିବା ବେଳେ ସଂପ୍ରତି ଭାଟପଡ଼ା ମୌଜାର ବଣବଣା ପଦାକୁ ପ୍ରାଥମିକ ଭାବେ ଚୟନ କରାଯାଇଛି । ତିହିଡି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନିଉଜ |