ପଦାର୍ଥ ବିଜ୍ଞାନ କ୍ଷେତ୍ର ରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର |

165

କଟକ (ଉତ୍କଳ ନ୍ୟୁଜ) ୦୬-୧୦-୨୦୨୧ : ଚଳିତ ବର୍ଷ ପଦାର୍ଥ ବିଜ୍ଞାନ କ୍ଷେତ୍ର ରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର | ପଦାର୍ଥ ବିଜ୍ଞାନ ରେ କ୍ଷେତ୍ର ରେ ଉଲ୍ଲେଖନୀୟ ଗବେଷଣା ପାଇଁ ବୈଜ୍ଞାନିକ ସୁକୋରୋ ମାନବେ , ବୈଜ୍ଞାନିକ କ୍ଲାଓସ ହାସେଲମନ ଓ ବୈଜ୍ଞାନିକ ଜିଓରଜିଓ ପାରିସୀ ଙ୍କୁ ନୋବେଲ ପୁରସ୍କାର ମିଳିବ | ଜଟିଳ ଭୌତିକ ବିଜ୍ଞାନିକ ପ୍ରଣାଳୀ ପାଇଁ ଉକ୍ତ ୩ ଜଣଙ୍କୁ ବୈଜ୍ଞାନିକ ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ | ରୟାଲ ସ୍ବେଡ଼ିସ ଏକାଡେ଼ମୀ ଅଫ ସାଇନ୍ସ ପକ୍ଷରୁ ଏହି ତିନି ଜଣଙ୍କୁ ମନୋନୀତ କରାଯାଇଛି | ବୈଜ୍ଞାନିକ ସୁକୋରୋ ମାନବେ ଓ ବୈଜ୍ଞାନିକ କ୍ଲାଓସ ହାସେଲମନ କାର୍ବନ ଡ଼ାଈଅକ୍ସାଇଡ ସହ ଗ୍ଲୋବାଲ ୱାର୍ମିଙ୍ଗ ବାବଦ ରେ ଗୁରୁତୁପୁର୍ଣ୍ଣ ଗବେଷଣା କରିଥିଲେ | ସେହିପରି ବୈଜ୍ଞାନିକ ଜିଓରଜିଓ ପାରିସୀ ଅଣୁଠାରୁ ଗ୍ରହ ପର୍ଯ୍ୟନ୍ତ ଭୌତିକ ପ୍ରଣାଳୀ ରେ ଦ୍ରୁତ ପରିବର୍ତନ ର ଗତି ବାବଦ ରେ ଗବେଷଣା କରିଛନ୍ତି |