ହାତୀ ଦାନ୍ତ ଓ ମାଢି ଚାଲାଣର ଡିଲ ବେଳେ ମାଡିବସିଲା କ୍ରାଇମବ୍ରାଞ୍ଚ, ଜିଲ୍ଲା ବାହାରକୁ ଲମ୍ବିଛି ଲିଙ୍କ୍।

268

କଟକ(ଉତ୍କଳ ନିଉଜ) ୦୫/୦୯/୨୦୨୧ ହାତୀ ଦାନ୍ତ ତ ମାଢିର ଚୋରା ଚାଲାଣରେ କେନ୍ଦୁଝର, ଭୁବନେଶ୍ୱର ଓ ଭଦ୍ରକର ଲିଙ୍କ । ହାତୀ ଦାନ୍ତ ସହିତ ମାଢି ବିକ୍ରି ପାଇଁ ଡିଲ ବେଳେ ମାଡି ବସିଲା କ୍ରାଇମ ବ୍ରାଞ୍ଚ। ରାତି ଅଧରେ ରେଡ୍ କରି ୫ ଜଣଙ୍କୁ ଗିରଫ କରିଛି କ୍ରାଇମ ବ୍ରାଞ୍ଚ। ଖଇରା, ଭଦ୍ରକ ପୋଲିସ ଓ ଔପଦା ବନ ବିଭାଗର ମିଳିତ ଉଦ୍ୟମରେ କ୍ରାଇମ ବ୍ରାଞ୍ଚ ଏପରି ରେଡ କରିଥିଲା । ସେପଟେ ଏଭଳି ହାଇପ୍ରୋଫାଇଲ ଗ୍ୟାଙ୍ଗରେ ସାମିଲ ଥିବା ସମସ୍ତ ଅଭିଯୁକ୍ତ ଭଦ୍ରକ, ଔପଦାର ବୋଲି ଜଣା ପଡିଛି। ବାଲେଶ୍ବର ଜିଲ୍ଲାର ଔପଦା ବ୍ଲକ ମହୁଲଗଡ଼ିଆରୁ ବନମାଳୀ ସେଠି, ସୁଦର୍ଶନ ମହାରଣା, ଅଜୟ ମୁଦୁଲି, ଖଇରା ଜେମାଦେଇପୁରର ବାବୁରାମ ପୃଷ୍ଟି ଓ ଭଦ୍ରକ କାଦବରାଙ୍ଗର ନଟବର ଦାସଙ୍କୁ ଗିରଫ କରାଯାଇଛି।

ଅଭିଯୁକ୍ତଙ୍କ ଠାରୁ ଏକ କିଲୋ ତିନି ଶହ ଗ୍ରାମ ଓଜନର ହାତୀ ଦାନ୍ତ ଓ ଦୁଇଟି ଛଅ କିଲୋରୁ ଅଧିକ ମାଢି ଜବତ କରିଛି ବନ ବିଭାଗ। ଯାହାର ଆନୁମାନିକ ମୂଲ୍ୟ ବଜ଼ାରରେ ୨ ଲକ୍ଷ ଟଙ୍କା ହେବ ବୋଲି ଜଙ୍ଗଲ ବିଭାଗ ଆକଳନ କରିଛି । ସେପଟେ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି କ୍ରାଇମ ବ୍ରାଞ୍ଚ ଡିଏସପି ।

ତିହିଡି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନିଉଜ |