ମଠସାହିରେ ୧୪ ବର୍ଷିୟ ନାବାଳିକା ବୃଦ୍ଧଙ୍କ ଦ୍ୱାରା ଦୁଷ୍କର୍ମ ଘଟଣା

554

କଟକ(ଉତ୍କଳ ନିଉଜ)୦୩/୦୯/୨୦୨୧ ଭଦ୍ରକ ଜିଲ୍ଲା ତିହିଡି ପୋଲିସକୁ ମିଳିଛି ଏକ ସଫଳତା । ଏହି ଥାନା କାଁପଡା ପଞ୍ଚାୟତ ଅଧିନ ମଠସାହିରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ସହିତ ୫ ମାସର ଗର୍ଭବତୀ କରିଥିବା ଅଭିଯୁକ୍ତ ବୃଦ୍ଧଙ୍କୁ ପୋଲିସ ଗିରଫ୍ କରିଛି । ନିଜର ବେଶ ବଦଳାଇ ନୟାଗଡ ଜିଲ୍ଲା କଳାପଥର ଅଞ୍ଚଳରେ ଏକ କୁକୁଡା ଫାର୍ମରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ସମୟରେ ଫତେଗଡ ପୋଲିସ ସହାୟତାରେ ତିହିଡି ପୋଲିସ ଗୁରୁବାର ରାତିରେ ଗିରଫ୍ କରିଥିବା ଜଣାଯାଇଛି । ତେବେ ଶୁକ୍ରବାର ଅଭିଯୁକ୍ତ ମାୟାଧର ଦାସ ଓରଫ୍ କାର୍ତ୍ତିକକୁ ଡାକ୍ତରୀ ମାଇନା କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିବା ଥାନା ସୂତ୍ରରୁ ସୂଚନା ମିଳିଛି ।

ଆଇଆଇସି ତପନ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଏହି ମାମଲାର ତଦନ୍ତକାରୀ ଅଧିକାରୀ ବନମାଳୀ ବାରିକଙ୍କ ସମେତ ଅନ୍ୟମାନେ ସାମିଲ ହୋଇଥିଲେ । ସୂଚନା ମୁତାବକ, କାମନା ବାସନାରେ ଅନ୍ଧହୋଇ ବୃଦ୍ଧ ମାୟାଧର ନିଜ ନାତୁଣୀ ବୟସର ୧୪ ବର୍ଷିୟ ନାବାଳିକାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିଲା । ନାବାଳିକାର ପରିବାର ଲୋକେ ଜାଣିବା ପରେ ଗତ ତା ୧୭.୦୭.୨୧ରିଖରେ ତିହିଡି ଥାନାରେ ଏତଲା ଦେଇଥିଲେ । ପୋଲିସ ଏନେଇ ମାୟାଧର ଦାସ ଓରଫ୍ କାର୍ତ୍ତିକଙ୍କ ବିରୋଧରେ ଏକ ୨୮୫/୨୧, ଦଫା ୩୭୬(୨)(ଏ) ୬ ଓ ପସ୍କୋ ଏକ୍ଟ ରୁଜୁ କରି ତଦନ୍ତ ଚଳାଇ ଆସୁଥିଲା । ମାମଲା ରୁଜୁ ହେବାପରେ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲା । ପୋଲିସ ବାରମ୍ବାର ଉଦ୍ୟମ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ସେପଟେ ଅଭିଯୁକ୍ତର ଗିରଫ୍ ଦାବି କରି ନାବାଳିକାର ପରିବାର ଲୋକେ ଥାନା ଦ୍ୱାରସ୍ଥ ହୋଇଥିଲେ । ବିଳମ୍ବ ହେଲେ ମଧ୍ୟ ପୋଲିସ ଅଭିଯୁକ୍ତର ଟେର ପାଇ ରାତିଅଧିଆ ଚଢଓ କରି ଏପରି ସଫଳତା ହାସଲ କରିଥିବା ଜଣାଯାଇଛି । ଅଭିଯୁକ୍ତ ମାୟାଧର କାଁପଡା ତଥା ତିହିଡି ବ୍ଲକର ଜଣେ ଜଣାଶୁଣା ବ୍ୟକ୍ତି । ପଞ୍ଚାୟତର ବିଜେପିର ପୂର୍ବତନ ସଭାପତି ମଧ୍ୟ ଥିଲେ । ଏବଂ ଗାଁ ଗଣ୍ଡାରେ କୌଣସି ଝାମେଲା ଅଥବା ବିବାଦ ହୋଇଥିଲେ ମାୟାଧର ଭଦ୍ରଲୋକି କରିଥାନ୍ତି । ଏଥିସହ ମାୟାଧର ଏହି ନାବାଳିକାର ପରିବାର ସହିତ ଜଜମାନ ସମ୍ପର୍କ ଥିବା ନେଇ ତାଙ୍କ ଘରକୁ ଯାଆଆସ କରିଥାନ୍ତି । ଏହାର ସୁଯୋଗରେ ଅଭିଯୁକ୍ତ ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିବା ସହିତ ୫ ମାସର ଗର୍ଭବତୀ କରିଥିବା ଘଟଣା ପଦାକୁ ଆସିଥିଲା । ଅଭିଯୁକ୍ତ ମାୟାଧର ଏହି ଘଟଣାରେ ତାଙ୍କ ପୁଅ ସମ୍ପୃକ୍ତ କହିଦେବୁ ବୋଲି ନାବାଳିକାକୁ କହିବା ସହ ତାଙ୍କ ନାମ ପ୍ରକାଶ କଲେ ଜୀବନରୁ ମାରିଦେବ ବୋଲି ଧମକ ଦେଇ ଫେରାର ହୋଇ ଯାଇଥିଲେ । ତିହିଡି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନିଉଜ |