ପୁଣି ବଢ଼ିଲା ଗ୍ୟାସ ଦର |

145

କଟକ (ଉତ୍କଳ ନ୍ୟୁଜ ) : ୦୨-୦୯-୨୦୨୧: କରୋନା କାଳ ରେ ସାଧାରଣ ଲୋକଙ୍କ ହାଣ୍ଡିଶାଳଉପରେ ପଡ଼ିଛି ଚଡକ | ପେଟ୍ରୋଲ ,ଡିଜେଲ କୁ ବାଦ ଦେଲେ ଖାଇବା ତେଲ ଠୁ ଆରମ୍ଭ କରି ଡାଲି,ଚାଉଳ,ଅଟା ପର୍ଯ୍ୟନ୍ତ ସବୁର ଦର ଵେଲଗାମ | ଏମିତି ପରିସ୍ଥିତିରେ ପୁଣି ଥରେ ଏଲପିଜି ସେଲିଣ୍ଡର ଦର ୨୫ ଟଙ୍କା ବଢିଛି | ରନ୍ଧନ ଗ୍ୟାସ ଦର ୯ ଥରରେ ୧୯୦ ଟଙ୍କା ବୃଦ୍ଧି ଘଟି ୯୦୦ ଟଙ୍କା ଟପିଛି | ଦର ନୟମିତ ବୃଦ୍ଧି ହେତୁ ସାଧାରଣ ଖାଉଟି ଅତିଷ୍ଠ ହୋଇପଡ଼ିଲେଣି | ସେଲିଣ୍ଡର ପିଛା ମୂଲ୍ୟରେ ୨୫ ଟଙ୍କା ବୃଦ୍ଧି ପାଇଛି | ନୂଆ ଦର ମଙ୍ଗଳବାର ଦିନ ମଧ୍ୟରାତ୍ରିରୁ ଲାଗୁ ହୋଇଛି |