ପାକିସ୍ତାନ କୁ ଝଟକା ଦେଲା ତାଲିବାନ |

150

କଟକ (ଉତ୍କଳ ନ୍ୟୁଜ ) ୦୧-୦୯-୨୦୨୧ : ତାଲିବାନ ର ଅନ୍ୟତମ ବରିଷ୍ଠ ନେତା ଅନାସ ହକ୍କାନି ସ୍ପଷ୍ଟ କରିଛନ୍ତି ଯେ ସେ କାଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷପ କରିବେ ନାହିଁ | ସେ କହିଛନ୍ତି ତାଲିବାନ ଭାରତ ସମେତ ଅନ୍ୟ ଦେଶ ସହ ଭଲ ସମ୍ପର୍କ ରଖିବାକୁ ଚାହୁଁଛି | ଏବେ ପ୍ରାୟ ଆଫଗାନିସ୍ତାନ ତାଲିବାନ ଦ୍ୱାରା ନିୟନ୍ତ୍ରିତ ଏହି ଇସ୍ଲାମିକ ଶାସନ ବିଷୟରେ ଆଲୋଚନା ସାରା ବିଶ୍ୱରେ ଚାଲିଛି | କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ସହ ଏକାଠି ହେବା ବିଷୟରେ ହକ୍କାନିଙ୍କୁ ଏକ ପ୍ରଶ୍ନରେ ସେ କାହିଁଛନ୍ତି , କଶ୍ମୀର ଆମର ଅଂଶ ନୁହେଁ ଏବଂ ଏହା ହସ୍ତକ୍ଷପ ନୀତି ବିରୁଧ୍ୟ | ଆମର ନୀତି ଅନୁଯାଇ ଆମେ ଅନ୍ୟ ଦେଶର କାର୍ଯ୍ୟରେ ହସ୍ତକ୍ଷପ କରୁନାହୁଁ ଏବଂ ଆଶା କରୁଛି ଅନ୍ୟ ମାନେ ମଧ୍ୟ ଆମକର୍ଯ୍ୟରେ ହସ୍ତକ୍ଷପ କରିବେ ନାହିଁ |ଆମେ ବିଶ୍ୱର ଅନ୍ୟ ଦେଶ ମାନଙ୍କ ସହ ଭଲ ସମ୍ପର୍କ ଗଢିବାକୁ ଚାହୁଁଛୁ |