ଟ୍ୟୁସନରୁ ଫେରୁଥିବା ବେଳେ ଯୁବତୀଙ୍କୁ ବଳପୂର୍ବକ କାରରେ ଉଠାଇ ନେଲେ ଯୁବକ।

1322

କଟକ (ଉତ୍କଳ ନ୍ୟୁଜ) ୨୮-୦୮-୨୦୨୧ : ଟ୍ୟୁସନରୁ ଫେରୁଥିବା ବେଳେ ରାସ୍ତା ମଝିରୁ ଯୁବତୀଙ୍କୁ ଏକ କାରରେ ବଳପୂର୍ବକ ଜଣେ ଯୁବକ ଜଣକ ଠେଲିପେଲି ଅପହରଣ କରି ନେଇଯାଉଥିବା ଦୃଶ୍ୟ ଏବେ ସମସ୍ତଙ୍କୁ ବିଚଳିତ କରିଛି। ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମହୁଲିଆ ଛକ ନିକଟରେ। ଯୁବତୀ ଜଣକ ଉଗ୍ରତରା ଗାଁର ଗୌରହରି ପଣ୍ଡାଙ୍କ ଝିଅ ମଧୁସ୍ମିତା ପଣ୍ଡା। ପରିବାର ଲୋକେ ଝିଅକୁ ଅପହରଣ କରି ନେଇଥିବା ନେଇ ଗତ ୧୯ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ଏନେଇ ପରିବାର ଲୋକେ ଗତ ୧୦ଦିନ ହେଲା ଥାନାକୁ ଦୌଡୁଥିଲେ ମଧ୍ୟ ଝିଅର କୌଣସି ସନ୍ଧାନ ପାଇନଥିଲେ। ଏବେ ମହୁଲିଆ ଛକ ନିକଟରେ ଏକ ସିମେଟ ଦୋକାନରୁ ଝିଅ ଅପହରଣ ସିସିଟିଭି ଫୁଟେଜ ମିଳିବାପରେ ଝିଅକୁ ଉଦ୍ଧାର ପାଇଁ ପରିବାର ଲୋକେ ପୋଲିସ ପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି। ତେବେ ଅପହରଣ କରିଥିବା ଯୁବକ ଜଣକ ମତୋ ପରମାନନ୍ଦପୁର ଗାଁର ପୃଥୀରାଜ କରଣ ବୋଲି ଅଭିଯୋଗ ହୋଇଛି। ଅଭିଯୋଗରୁ ଜଣାଯାଏ ଗତ ୧୯ତାରିଖ ଦିନ ଝିଅ ସବୁଦିନ ପରି ସକିଳେ ଚାନ୍ଦବାଲିକୁ ଟ୍ୟୁସନ ଯାଇଥିଲେ। ହେଲେ ଟ୍ୟୁସନରୁ ଘରକୁ ଫେରିନଥିଲେ। ଟ୍ୟୁସନ ସାରଙ୍କ ସହ ଯୋଗାଯୋଗ କରିବାରୁ ଝିଅ ଏକ ଟାଟା ମ୍ୟାଜିକ୍ରେ ଘରକୁ ଯାଇଥିବା କହିଥିଲେ। ତେବେ ଘରେ ନପହଂଚିବାରୁ ବହୁ ଖୋଜାଖୋଜି କରିବା ପରେ ଝିଅର ପତ୍ତା ମିଳିନଥିଲା। ପୂର୍ବରୁ ମତୋ ଅଞ୍ଚଳର ପରମାନନ୍ଦପୁର ଗାଁର ପୃଥିରାଜ କରଣ ତାଙ୍କ ଝିଅକୁ ବିଭିନ୍ନ ସମୟରେ ହଇରାଣ କରୁଥିଲା ତେବେ ସେ ହିଁ ଝିଅକୁ ଅପହରଣ କରିଥିବା ନେଇ ଝିଅର ମା ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍ ଉଭୟଙ୍କୁ ଠାବ କରି ଥାନାକୁ ଆଣିଥିବା ଜଣାଯାଇଛି। ତେବେ ଝିଅଟି ନିଜ ଇଛାରେ ପ୍ରେମିକ ସହ ଯାଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ତିହିଡି ରୁ ସଞ୍ଜୟ ଦାଶ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |