ନାବାଳିକା ଝିଅ କୁ ଦୁଷ୍କର୍ମ କରି, ପାଳିତା ବାପା ଗିରଫ

196

ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅନ୍ତର୍ଗତ ଝୁନମୁର୍ ପଞ୍ଚାୟତ ସଂଲଗ୍ନ କାଲୋବାହାଲ ଗ୍ରାମ ର ଅଧିବାସୀ କିଶୋର୍ ମିଞ୍ଜ୍ ନିଜର ପାଳିତା ଝିଅ କୁ ଜୀବନରେ ମାରି ଦେବାର ଧମକ ଦେଇ ମା ର ଅନୁପସ୍ଥିତ ରେ ବାରମ୍ବାର ବିଭିନ୍ନ ସ୍ଥାନରେ ଦୁଷ୍କର୍ମ କରି ମା ର ଅଭିଯୋଗ ମତେ ଗିରଫ ହୋଇଛି ପାଳିତା ବାପା I ରାଏବୋଗା ଥାନାରେ ଲିଖିତ ଦେଇଥିବା ଅଭିଯୋଗ ପତ୍ର ଅନୁଯାଇ ପାଳିତା ମା ସୁଶୀଲା ମିଞ୍ଜ ଦର୍ଶାଇଛି ଯେ ସେ କାମ କୁ ଯାଉଥିବା ବେଳେ ଘରେ କେହି ନ ଥିବା ସୁଯୋଗ ନେଇ ପାଳିତ ବାପ ବାରମ୍ବାର ବିଭିନ୍ନ ସ୍ଥାନରେ ଦୁଷ୍କର୍ମ କରିଛି I ଏହି କନ୍ୟା ସନ୍ତାନ କୁ ପାଳିବା ପରେ କିଶୋର୍ ମିଞ୍ଜ ର ଔରଷରୁ ଦୁଇଟି ସନ୍ତାନ ଜନ୍ମ ହୋଇଥିଲେ l ସେଥି ମଧ୍ୟରୁ ଗୋଟିଏ ପୁଅ ଓ ଗୋଟିଏ ଝିଅ l ନିଜର ସନ୍ତାନ ଥାଇ ମଧ୍ୟ ପାଳିତ ବାପ ପାଳିତା ନାବାଳିକା କନ୍ଯା ସହିତ ଦୁଷ୍କର୍ମ କରିବା କଥା ପାଳିତା ମା ଜାଣିବା ପରେ ସେ ଗ୍ରାମ ବାସୀଙ୍କୁ ସ୍ଵାମୀ ବିଷୟରେ ଜଣାଇଥିଲେ l ଗ୍ରାମ ବାସୀ ସମସ୍ତ ବିଷୟରେ ଅବଗତ ହେବା ପରେ ତାଙ୍କୁ ଥାନା କୁ ଯିବା ପାଇଁ ପରାମର୍ଶ ଦେଇଥିଲେ l ତେବେ ସ୍ଵାମୀ ବିରୁଦ୍ଧ ରେ ଥାନା ରେ ମାମଲା ରୁଜୁ କରିବାକୁ ସେ ପ୍ରଥମେ ଡ଼ରିଥିଲେ l କିନ୍ତୁ ନାବାଳିକା ଝିଅ ପ୍ରତି ଅତ୍ୟଧିକ ଅମାନବିକ ଅତ୍ୟାଚାର କରିବା ଦେଖି ସହ୍ୟ କରି ନ ପାରି ବାଧ୍ୟ ହୋଇ ସ୍ଵାମୀ ବିରୁଦ୍ଧରେ ରାଏବଗା ଥାନା ରେ ଲିଖିତ ଅଭିଯୋଗ କରିଥିଲେ l ନାବାଳିକା କନ୍ଯା ର ଡାକ୍ତରୀ ମାଇନା ପରେ ପାଳିତା ବାପା ଅଭିଯୁକ୍ତ ବୋଲି ଜଣା ପଡ଼ିଥିଲା l ମା ସୁଶୀଲା ମିଞ୍ଜ ଙ୍କ ଅଭିଯୋଗ କୁ ଭିତ୍ତି କରି ରାଏବଗା ପୋଲିଶ କିଶୋର୍ ମିଞ୍ଜ କୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ପରିଲକ୍ଷିତ ହୋଇଛି l ସୁନ୍ଦରଗଡ଼ରୁ ବ୍ୟୁରୋ ହେଡ ସଂଜୀବ କୁମାର ପାଢ଼ୀଙ୍କ ରିପୋର୍ଟ ଉତ୍କଳ ନିଉଜ଼