ସାନଭାଇର ଆକ୍ରମଣରେ ଭାଇ ଓ ଭାଉଜ ଗୁରୁତର, ଜଣେ ଗିରଫ

290

କଟକ(ଉତ୍କଳ ନିଉଜ)୨୬/୦୮/୨୦୨୧ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ପିରାହାଟ ଫାଣ୍ଡି ଅଧିନ ଇନ୍ଦିରିଆ ଗ୍ରାମରେ ପାଇଖାନା ବ୍ୟବହାରକୁ ନେଇ ଭାଇର ଆକ୍ରମଣରେ ଭାଇ ଓ ଭାଉଜ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ତିହିଡି ପରେ ଭଦ୍ରକ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ରାତିରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ପୋଲିସ ଏହି ଘଟଣାରେ ଏକ ମାମଲା ୧୨୪/୨୧, ଦଫା ୩୦୭, ୩୪୧,୫୦୬ ଓ ୩୪ ରେ ମାମଲା ରୁଜୁକରି ଅଭିଯୁକ୍ତ ସୟଦ ଗୋଲାମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ସୂଚନା ମୁତାବକ, ଇନ୍ଦିରିଆ ଗ୍ରାମର ଅବଦୁଲ କାଦର ଓ ସୟଦ ଗୋଲମ ସାଗ୍ରିକଙ୍କର ଏକ ପାଇଖାନା ଅଛି । ଏହି ପାଇଖାନାରେ ସୟଦ ଗୋଲାମ କିଛି ସାମଗ୍ରୀ ରଖିଥିଲେ । ବୁଧବାର ଦିନ ଅନ୍ୟ ଭାଇ ଅବଦୁଲ କାଦର ସେହି ପାଇଖାନାରେ ସାମଗ୍ରୀ ରଖିବାକୁ କହିଥିଲେ । ମାତ୍ର ସୟଦ ଗୋଲାମ ସାମଗ୍ରୀ ରଖିବାକୁ ପ୍ରତିବାଦ କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ସୟଦ ଗୋଲାମ ଭାଇ ସୟଦ କାଦର ଓ ଭାଉଜ ଅସମା ବିବିଙ୍କୁ ମାରଣାନ୍ତକ ଆକ୍ରମଣ କରିଥିବାନେଇ ଅସମାଙ୍କ ଭଉଣୀ ସଲାମୁନ ବିବି ଥାନାରେ ଅଭିଯୋଗ କରିଛନ୍ତି । ତିହିଡି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନିଉଜ |