ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ପାଇଖାନାରେ ଦୂର୍ନୀତିର ଛିଟା |

230

କଟକ(ଉତ୍କଳ ନିଉଜ )୨୬/୦୮/୨୦୨୧ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତର ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ଅଭିଯାନରେ ଦୂର୍ନୀତିର ହୋଇଥିବା ଅଭିଯୋଗ ହୋଇଛି । ପ୍ରଶାସନିକ କଳକୁ ଅପବ୍ୟବହାର କରି ପଞ୍ଚାୟତର କେତେକ କୁଜିନେତା ଏହି ଯୋଜନାରେ ଜାଲିଆତି କରି ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଥିବା ସନ୍ଦେହ ଦେଖା ଦେବାରୁ ନିରଞ୍ଜନ ମଳିକ ନାମକ ଜଣେ ବ୍ୟକ୍ତି ସୁଚନା ଅଧିକାର ଆଇନ୍ ବଳରେ ତଥ୍ୟ ହାସଲ ପାଇଁ ଗତ ତା ୨୦.୦୭.୨୧ରିଖରେ ତିହିଡି ବ୍ଲକ ଜନ ସୂଚନା ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ । ଏହି ପଞ୍ଚାୟତର ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ଅଭିଯାନରେ ୨୦୧୯-୨୦ ଏବଂ ୨୦୨୦-୨୧ ଆର୍ଥିକ ବର୍ଷରେ ନିର୍ମାଣ ହୋଇଥିବା ଶୌଚାଳୟର ସମ୍ପୂର୍ଣ୍ଣ ବିବରଣୀ ସହିତ କେତେ ସଂଖ୍ୟାରେ ନିର୍ମାଣ ହୋଇଛି ଏବଂ କେଉଁ ହିତାଧିକାରୀଙ୍କ ନାମରେ ହୋଇଛି, ସମସ୍ତ ହିତାଧିକାରୀଙ୍କ ସମ୍ପୂର୍ଣ୍ଣ ଲିଷ୍ଟ ଏବଂ ଏନେଇ କେତେ ଜଣଙ୍କର ବିଲ୍ ହୋଇଛି ତାହାର ସମ୍ପୂର୍ଣ୍ଣ ବିବରଣୀ ଆବେଦନ କରିଥିଲେ । ଇତିମଧ୍ୟରେ ଆବଦେନକାରୀ ଜନ ସୂଚନା ଅଧିକାରୀଙ୍କ ବାରମ୍ବାର ଭେଟିଥିଲେ । ତେବେ ୨୬ ତାରିଖରେ ଜନ ସୂଚନା ଅଧିକାରୀଙ୍କୁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ଠାରୁ ସୂଚନା ହସ୍ତଗତ ହୋଇନଥିବା ଜଣାଯିବା ପରେ ଫାଷ୍ଟ ଏପିଲେଟ୍ ତଥା ବିଡିଓଙ୍କ ନିକଟରେ ପୂନଶ୍ଚ ଆବେଦନ କରିଥିବା ଜଣାଯାଇଛି । ତେବେ ଆରଡବ୍ଲୁଏସଏସ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ପାଇଖାନାକୁ ଖୋଦ୍ ପଞ୍ଚାୟତର କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ତଦାରଖ କରୁଥିବା ବେଳେ ତଥ୍ୟ ପ୍ରଦାନରେ କଣ ପାଇଁ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି ତାହା ସାଧାରଣରେ ବୁଝା ପଡୁନି ବୋଲି ଆବେଦନକାରୀ ନିରଞ୍ଜନ ମଳିକଙ୍କ ସମେତ ସମିତି ସଭ୍ୟ ଯଶୋବନ୍ତ ମଳିକ, ସୁରେନ୍ଦ୍ର ନାୟକ, ଚକ୍ରଧର ଦାସ, ଜଗତ ମଳିକ, ନାଳୁ ମଳିକ, ଧରଣୀଧର ମଳିକ ପ୍ରମୁଖ ପଞ୍ଚାୟତବାସୀ ଦାବି କରିଛନ୍ତି । ଏ ସମ୍ପର୍କରେ ଜନ ସୂଚନା ଅଧିକାରୀ ଜ୍ଞାନେନ୍ଦ୍ର ସାମଲଙ୍କୁ ପଚାରିବାରୁ ଫାଷ୍ଟ ଏପିଲେଟ୍‌ର ସମୟସୀମା ୪୫ ଦିନ ରହିଛି ଏବଂ ସେଥିରେ ବ୍ୟତିକ୍ରମ ହେଲେ କମିଶନରଙ୍କ ନିକଟରେ ଆବେଦନ କରାଯାଇ ପାରିବ ବୋଲି କହିଛନ୍ତି । ତିହିଡି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନିଉଜ |