ବାଘଛାଲ ଓ ନଖ ଜବତ , ଜଣେ ଅଟକ |

150

କଟକ (ଉତ୍କଳ ନ୍ୟୁଜ) : ୨୫-୦୮-୨୦୨୧ : କଳାହାଣ୍ଡି ଉତ୍ତର ବନଖଣ୍ଡ କେଗାଁ ରେଞ୍ଜ ଅନ୍ତର୍ଗତ ଟିଙ୍ଗିପଦ ଗ୍ରାମରୁ ମଂଗଳବାର ଦିନ ବନ ବିଭାଗ ଗୋଟିଏ ବାଘଛାଲ ଓ ୭ ଟି ବାଘ ନଖ ଜବତ କରିଛି | ଏହି ଘଟଣାରେ ଜଣଙ୍କୁ ଅଟକ ରଖା ଯାଇ ତଦନ୍ତ କରାଯାଉଛି | ଟିଙ୍ଗିପଦର ଗ୍ରାମରେ ବାଘ ଚାଲ ବିକ୍ରି ହଉଥିବା ଖବର ମଙ୍ଗଳବାର ଦିନ ବନ ବିଭାଗ ତରଫରୁ ସୂଚନା ମିଳିଥିଲା | ରେଞ୍ଜର କେଶବ ମାଝି ଟିମ ସହଯାଇ ସେଠାରେ ଚଢଉ କରି ବାଘ ଛାଲ ସହ ନଖ ଗୁଡ଼ିକୁ ଜବତ କରିଛନ୍ତି |