NDA ପରୀକ୍ଷା ଦେଇପାରିବେ ମହିଳା ,ସୁପ୍ରିମକୋର୍ଟଙ୍କ ବଡ ଘୋଷଣା |

130

କଟକ(ଉତ୍କଳ ନିଉଜ଼)୧୮.୦୮.୨୦୨୧ -ନ୍ୟାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷା ଦେଇପାରିବେ ମହିଳା ବଡ ନିଷ୍ପତି ଶୁଣାଇଛନ୍ତି ସୁପ୍ରିମକୋର୍ଟ |ଆସନ୍ତା ସେପ୍ଟେମ୍ବର ୫ ତାରିଖରେ ଏନଡିଏ ପରୀକ୍ଷା ରହିଛି |ତା ପୂର୍ବରୁ ମହିଳାଙ୍କ ପାଇଁ ଆସିଛି ଆଶ୍ବସ୍ତିକର ଖବର |ଦୀର୍ଘ ଦିନରୁ ମହିଳାଙ୍କୁ ପରୀକ୍ଷାରେ ସାମିଲ କରିବା ପାଇଁ ଦାବି ହୋଇ ଆସୁଥିଲା |ମହିଳା ଆଗକୁ ଏନଡିଏ ପରୀକ୍ଷା ଦେଇପାରିବେ |କିନ୍ତୁ ଆଡ଼ମିସନ ଚୂଡାନ୍ତ ରାୟପରେ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |