ଅଗଷ୍ଟ ୧୪ ର ନୂତନ ନାମ ହେବ ବିଭାଜନ ବିଭୀଷିକା ସ୍ମୃତି ଦିବସ |

155

କଟକ(ଉତ୍କଳ ନିଉଜ଼)୧୪.୦୮.୨୦୨୧-ପ୍ରତିବର୍ଷ ଅଗଷ୍ଟ ୧୪ ତାରିଖ କୁ ଦେଶବ୍ୟାପୀ ବିଭାଜନ ବିଭୀଷିକା ସ୍ମୃତି ଦିବସ ଭାବାରେ ପାଲନା କରାଯିବ |ଏହି ଦିନକୁ ପାଳନ କରିବା ପାଇଁ ଦେଶବାସୀଙ୍କୁ ଟ୍ୱିଟ କରି ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ | ସେ କହିଛନ୍ତି ,ଏହି ଦିନ ଘୃଣା ଓ ହିଂସା ଯୋଗୁ ଆମର ଲକ୍ଷ ଲକ୍ଷ ଭାଇ ଭଉଣୀଙ୍କୁ ବିସ୍ଥାପିତ ହେବାକୁ ପଡିଥିଲା |ଅନେକଙ୍କ ଜୀଵନ ବି ଯାଇଛି |ସେମାନଙ୍କର ସଂଘର୍ଷ ଓ ବଳିଦାନକୁ ସ୍ମରଣ କରି ପ୍ରତିବର୍ଷ ଅଗଷ୍ଟ ୧୪ ତାରିଖ କୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ଭାବରେ ପାଳନ କରାଯିବ | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼