ପଂଚାୟତ ନିର୍ବାଚନରେ ୨୭ ପ୍ରତିଶତ ଓବିସି ପ୍ରାର୍ଥୀ ଦେବ ବିଜେଡି |

134

କଟକ(ଉତ୍କଳ ନିଉଜ଼ )୧୩.୦୮.୨୦୨୧ -ପଂଚାୟତ ନିର୍ବାଚନ ପାଇଁ ବିଜେଡି ଖେଳିଛି ବଡ ଚାଲ |୨୭ ପ୍ରତିଶତ ଓବିସି ପ୍ରାର୍ଥୀଙ୍କୁ ମଇଦାନକୁ ଓଲ୍ହାଇବ ବିଜେଡି |ଆଜି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ କୁମାର ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି |ପଂଚାୟତ ନିର୍ବାଚନରେ ବିଜେଡି ପଛୁଆ ବର୍ଗର ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେବାକୁ ନିଷ୍ପତି ନେଇଛି ଏବଂ ଏଥିପାଇଁ ୨୭ ପ୍ରତିଶତ ପ୍ରାର୍ଥୀଙ୍କୁ ଓଲ୍ହାଇବାକୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନିଷ୍ପତି ନେଇଥିବା ସମ୍ପର୍କରେ ଦୁଇ ମନ୍ତ୍ରୀ ସୂଚନା ଦେଇଛନ୍ତି | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |