ଆମ୍ଭୁଲାନ୍ସ ଭିତରେ ଧଳା ଜହର ଭିଡିଓ ଭାଇରାଲ।

254

କଟକ(ଉତ୍କଳ ନିଉଜ )୦୮/୦୮/୨୦୨୧ ଆମ୍ବୁଲାନ୍ସ ଭିତରେ ଟଣା ଚାଲିଛି ବ୍ରାଉନ ସୁଗାର। ଆମ୍ବୁଲାନ୍ସକୁ ସୁରକ୍ଷା କବଚ ଭାବେ ବ୍ୟବହାର କରି ତାହା ମଧ୍ୟରେ ଚାଲିଛି ଏଭଳି କାର୍ଯ୍ୟ। ଆମ୍ବୁଲାନ୍ସ ମଧ୍ୟରେ ବ୍ରାଉନ ସୁଗାର ଟାଣୁଥିବାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। ଏହି ଭିଡିଓଟି ଭଦ୍ରକ ଚରମ୍ପା ବଉଳପୋଖରୀ ଅଞ୍ଚଳର ବୋଲି ଜଣାପଡିଛି। ରୋଗୀମାନଙ୍କ ସେବାରେ ଲାଗିଥାଏ ଏହି ଆମ୍ବୁଲାନ୍ସ। ଗୁରୁତର ରୋଗୀଙ୍କୁ ଗୋଟିଏ ମେଡିକାଲରୁ ଅନ୍ୟ ଏକ ମେଡିକାଲ କୁ ନେବାର ସାହାଯ୍ୟ କରିଥାଏ ଏହି ଆମ୍ବୁଲାନ୍ସ।

ରୋଗୀର କୌଣସି ଦେହ ଖରାପ ହେଲେ ଏହି ଆମ୍ବୁଲାନ୍ସ ଉପରେ ହିଁ ନିର୍ଭୟ କରିଥାନ୍ତି। ହେଲେ ଏହି ଆମ୍ବୁଲାନ୍ସକୁ ଚଳାଉଥିବା ଡ୍ରାଇଭର ଏବଂ ସହଯୋଗୀ ବ୍ରାଉନ ସୁଗାର ଟାଣୁଥିବାର ଭିଡିଓ ଏବେ ଭାଇରଲ ହୋଇଛି। ପୋଲିସ ଓ ଲୋକ ମାନଙ୍କୁ ଦାଉରୁ ରକ୍ଷା ପାଇବା ପାଇଁ ଆମ୍ବୁଲାନ୍ସକୁ ବ୍ୟବହାର କରି ଏଭଳି କାର୍ଯ୍ୟ କରିଥିବା ଜଣାପଡିଛି। ଏହି ଆମ୍ବୁଲାନ୍ସ ର ନଂ ହେଉଛି OR-02AZ-3414। ଏହି ଆମ୍ବୁଲାନ୍ସ ଭିତରେ ଡ୍ରାଇଭର ଓ ତାର ସହଯୋଗୀ ଯଦି ଏହି ଭଳି ବ୍ରାଉନ ସୁଗାର ଟାଣିବେ ତାହା ହେଲେ ରୋଗୀ କିପରି ସୁରକ୍ଷା ପାଇବେ ତାହା ହିଁ ପ୍ରଶ୍ନ ବାଚୀ ସୃଷ୍ଟି କରିଛି।

ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |