ବଦଳିଲା ଖେଳରତ୍ନ ପୁରସ୍କାର ନାମ |

128

କଟକ(ଉତ୍କଳ ନିଉଜ଼)୦୬.୦୮.୨୦୨୧-ଭାରତରେ ଖେଳ ପାଇଁ ଦିଆଯାଉଥିବା ଖେଳରତ୍ନ ପୁରସ୍କାର ଏବେ ହକି ଯାଦୁଗର କୁହାଯାଉଥିବା ମେଜର ଧ୍ୟାନଚାନ୍ଦ ନାମରେ ନାମିତ କରାଯାଇଛି |ଏନେଇ ମୋଦୀ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି |ସେ କହିଛନ୍ତି ଯେ,ଧ୍ୟାନଚାନ୍ଦଙ୍କ ନାମରେ ଖେଳରତ୍ନ ପୁରସ୍କାର ନାମିତ କରିବା ପାଇଁ ସାରା ଦେଶରୁ ପ୍ରସ୍ତାବ ଆସୁଥିଲା |ଲୋକଙ୍କ ଭାବାବେଗକୁ ସମ୍ମାନ ଜଣାଇ ରାଜୀବ ଗାନ୍ଧୀ ଖେଳରତ୍ନକୁ ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ଭାବେ ପରିବର୍ତନ କରାଯାଇଛି ବୋଲି ମୋଦୀ କହିଛନ୍ତି | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |