ଶିକ୍ଷା ବିକାଶକୁ ମିଳିବ ୩ ଲକ୍ଷ କୋଟି |

134

କଟକ (ଉତ୍କଳ ନିଉଜ଼)୦୫.୦୮.୨୦୨୧-ଦେଶରେ ସମଗ୍ର ଶିକ୍ଷା ଯୋଜନା ୨.୦ କୁ କ୍ୟାବିନେଟ ମଞ୍ଜୁରୀ ମିଳିଛି |ପ୍ରାୟ ୨ଲକ୍ଷ ୯୪ହଜାର ୨୮୩ କୋଟି ଟଙ୍କାର ଯୋଜନାରେ କେନ୍ଦ୍ରର ଅଂଶ ରହିବ ୧ଲକ୍ଷ ୮୫ ହଜାର ୩୯୮କୋଟି |ଏହି ଯୋଜନା ୨୦୨୬ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ୫ ବର୍ଷ ଧରି କାର୍ଯ୍ୟକାରୀ ହେବ |ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟରେ ସ୍କୁଲ ଶିକ୍ଷା କ୍ଷେତ୍ରରେ ଐତିହାସିକ ନିଷ୍ପତି ନିଆଯାଇଛି |ଏ ସମ୍ବନ୍ଧରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |