ଦେଶ ରେ ଗତ ୨୪ ଘଣ୍ଟା ରେ ୨୯ ହଜାର ରୁ ଅଧି କରୋନା ପଜିଟିଭ ଚିହ୍ନଟ |

120

କଟକ (ଉତ୍କଳ ନ୍ୟୁଜ) ୨୮-୦୭-୨୦୨୧ : ଦେଶ ରେ ଏବେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି | ଦେଶ ରେ ଏବେ ଗତ ୨୪ ଘଣ୍ଟା ମଧ୍ୟରେ ୨୯୬୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଶ ଗତ ୨୪ ଘଣ୍ଟା ମଧ୍ୟରେ ୪୧୫ ଜଣ ଙ୍କ ମୃତ୍ୟୁ ଘଟିଛି | ଏହି ରିପୋର୍ଟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚିତ କରାଯାଇଛି | ସେହିପରି ନୂତନ ଆକ୍ରାନ୍ତ ଙ୍କୁ ମିଶାଇ ଦେଶ ରେ ମୋଟ ସଂକ୍ରମିତ ଙ୍କ ସଂଖ୍ୟା ୩କୋଟି ୧୪ ଲକ୍ଷ ୪୦ ହଜାର ୨୬୨ ରେ ପହଂଚିଛି | ତେବେ ଦେଶ ରେ ସର୍ବମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨୧ ହଜାର ୩୮୨ ରେ ପହଂଚିଛି |