ଆଜିଠୁ ସଂସଦ ଅଧିବେଶନ

129

କଟକ (ଉତ୍କଳ ନିଉଜ଼)୧୯.୦୭.୨୦୨୧ ଆଜି ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି |ପ୍ରାୟ ୧୯ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନ ଅଗଷ୍ଟ ୧୩ ତାରିଖରେ ଶେଷ ହେବ |ଏହି ଅଧିବେଶନ ରେ ମୋଦି ସରକାର ଗୁରୁତ୍ୱପୂର୍ଣ ବିଲ ସହିତ ମୋଟ ୩୦ ଟି ବିଲ ଆଗତ କରିବାକୁ ପ୍ରସ୍ତୁତ ଥିବା ବେଳେ ପ୍ରତ୍ୟେକ ପ୍ରସଙ୍ଗରେ ସକାରାତ୍ମକ ଏବଂ ବିଧି ମୁତାବକ ଆଲୋଚନା ଲାଗି ପ୍ରସ୍ତୁତ ରହିଥିବା କହିଛନ୍ତି | ଅନ୍ୟପକ୍ଷରେ ବିଭିନ୍ନ ପ୍ରସଙ୍ଗ କୁ ନେଇ ମୋଦି ସରକାରକୁ ଘେରିବାକୁ ବିରୋଧୀ ଦଳ ଗୁଡିକ ମଧ୍ୟ ସଜବାଜ ହୋଇଛନ୍ତି |ବିଶେଷ କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟବୃଦ୍ଧି ,ଚାଷୀ ଆନ୍ଦୋଳନ ଏବଂ କୋଭିଡ ସମସ୍ୟାକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ଯୋଜନା କରିଥିବା ବେଳେ ଏହି ଅଧିବେଶନ ବେଶ ସରଗରମ ରହିବ ବୋଲି କୁହାଯାଇଛି | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |