ଦେଶୀ ରନ୍ଧା ମଦ ସହ ବାଇକ ଜବତ, ୪ ଗିରଫ୍‌

238

କଟକ(ଉତ୍କଳ ନିଉଜ)୦୮/୦୭/୨୦୨୧ ଚୋରା ମଦର ବନ୍ୟା ଯାହା ଥମ୍ମିବାରେ ନାଁ ଧରୁନି । ଜିଲ୍ଲା ଆରକ୍ଷୀ ଚରଣ ସିଂ ମିନାଙ୍କ ଯୋଗଦାନ ପରେ ଗୋଟିଏ ପରେ ଫଣ୍ଡା ଖୋଲିବାରେ ଲାଗିଛି । ଅବକାରୀ ବିଭାଗ ସହିତ ଜିଲ୍ଲା ପୋଲିସ ଏବଂ ବିଭିନ୍ନ ଥାନାର ପୋଲିସ କର୍ମଚାରୀମାନଙ୍କୁ ଏହି ଚୋରା ମଦ କାରବାର ଲୋପ କରିବା ଲାଗି ଜାଲ ବିଛାଇଥିଲେ ଶ୍ରୀ ମିନା । ଯାହା ସଂପ୍ରତି ଗୋଟିଏ ପରେ ଗୋଟିଏ ଧରା ପଡିବାରେ ଲାଗିଛି । ଗୁରୁବାର ଭଦ୍ରକ ଅବକାରୀ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦେଶକ୍ରମେ ଓ ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଜିଲା ଅବକାରୀ ବିଭାଗ ପକ୍ଷରୁ ତିହିଡ଼ି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ବ୍ରଜମୋହନ ମଲିକ ଓ କର୍ମଚାରୀମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ତିହିଡ଼ି ଥାନା ଅଧୀନ ତିହିଡ଼ି ବଜାର, ପାଳିଆ ବଜାର, ଭୂୟାଁଉଆସ ଓ ମାଙ୍କଡ଼କୋଲା ଗ୍ରାମରେ ଚଢ଼ଉ କରାଯାଇଛି । ଏହି ଚଢ଼ଉରେ ୨୧୦ ଲିଟର ଦେଶୀ ରନ୍ଧା ମଦ, ଗୋଟିଏ ହୁଣ୍ଡା ୟୁନିକର୍ଣ୍ଣ ବାଇକ୍ ଜବତ କରାଯାଇଛି । ସେହିପରି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ୪ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିବା ସୂଚନା ଦିଆଯାଇଛି । ଗିରଫ୍ ଅଭିଯୁକ୍ତ ତିହିଡ଼ି ଥାନା ଅଧୀନ ଅମୃତପୁର ଗ୍ରାମର ନିର୍ମଳ ବେହେରା, ଜିଝାରପୁର ଗ୍ରାମର ପ୍ରଶାନ୍ତ ମଳିକ, ମାଙ୍କଡ଼କୋଲା ଗ୍ରାମର ରାଜେନ୍ଦ୍ର ମଳିକ ଓ ଭୁୟାଁଉଆସ ଗ୍ରାମର ଗୟାଧର ନାୟକ ବୋଲି ଜଣାଯାଇଛି । ଏହି ଚଢ଼ଉରେ ଏସଆଇ ପ୍ରହ୍ଲାଦ ସାମଲ, ଭବେଶ ଦାସ ଓ ଦୀପକ ରାଉତ, କନେଷ୍ଟବଳ ପ୍ରଦୀପ ମଲିକ, ସତ୍ୟରଂଜନ ସେଠୀ, ଅନବାଦିତ୍ୟ ବାରିକ, ଖଗେଶ୍ୱର ଜେନା, ଜେମାମଣି ଜାମୁଡ଼ା ପ୍ରମୁଖ ସାମିଲ ହୋଇଥିଲେ । ଏ ନେଇ ଅବକାରୀ ବିଭାଗ ପକ୍ଷରୁ ୪ଟି ପୃଥକ ପୃଥକ ମାମଲା ରୁଜୁ କରାଯାଇ ଅଧିକ ଚାଲୁ ରହିଛି । ତିହିଡି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନିଉଜ |