ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ନେଇ ବିଜେପି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ ।

180

କଟକ(ଉତ୍କଳ ନିଉଜ) ୦୮/୦୭/୨୦୨୧ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଆଜି ବିଜେପି ପକ୍ଷରୁ ବ୍ଲକ ଘେରାଉ କରାଯାଇଥିଲା। ପ୍ରକୃତ ହିତାଧିକାରୀ ବଦଳରେ ଦଳୀୟ ଭିତିରେ ପକ୍କା ଘର ଥିବା ଲୋକଙ୍କୁ ଏହି ବ୍ଲକର ବିଭିନ୍ନ ପଂଚାୟତରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଦିଆଯାଇଛି । ତେଣୁ ପ୍ରକୃତ ହିତାଧୀକାରୀ ଏହି ଯୋଜନାର ସୁଫଳ ପାଇବାରୁ ବଂଚିତ ହେଉଛନ୍ତି । ଏଥିସହ ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଦାନ କରି ପଂଚାୟତ ମାନଙ୍କର କୁଜି ନେତାମାନେ ହଜାର ହଜାର ଟଙ୍କା ଲୋକଙ୍କ ପାଖରୁ ଲୁଟୁଥିବାର ଅଭିଯୋଗ କରିଛି ବିଜେପି । ତେବେ ପ୍ରକୃତ ହିତାଧ୍ୟାକାରୀଙ୍କୁ ଆବାସ ଯୋଜନାରେ ସାମିଲ କରିବା ସହ ଲୋକଙ୍କୁ ଲୁଟୁଥୁବା ନେତା ଓ ଅଫିସରଙ୍କ ବୁରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଚାନ୍ଦବାଲି ବିଡିଓଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛି ବିଜେପି । ତିହିଡି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନିଉଜ |