ଏଥର ଟୀକା ନେବେ ଛୋଟ ପିଲା |

155

କଟକ (ଉତ୍କଳ ନ୍ୟୁଜ) ୨୮-୦୬-୨୦୨୧ : ଦେଶ ରେ ଏବେ କରୋନା ର ଦ୍ୱିତୀୟ ଲହର ଥମି ବାର ନା ଧରୁନାହିଁ | ଦେଶ ରେ ଏବେ ଟୀକାକରଣ ପ୍ରକ୍ରିୟା ଜୋରସୋର ଚାଲିଛି | ଏହା ମଧ୍ୟ ରେ ଆସିଛି ଆଉ ଏକ ଖୁସି ର ଖବର | କରୋନା ମହାମାରୀ ର ମୁକାବିଲା ପାଇଁ ଭାରତ କୁ ମିଳିବାକୁ ଯାଉଛି ଆଉ ଏକ ଅସ୍ତ୍ର | ଜାୟଡ଼ଶ କ୍ୟାଡିଲା ଭ୍ୟାକସିନ ର ପରୀକ୍ଷଣ ପ୍ରାୟତଃ ସମ୍ପୂର୍ଣ୍ଣ ହୋଇ ସାରିଛି | ଜୁଲାଇ ଶେଷ ସୁଦ୍ଧା କିମ୍ବା ଅଗଷ୍ଟ ରେ ୧୨ ରୁ ୧୮ ବର୍ଷ ବର୍ଗ ର ପିଲାଙ୍କ ପାଇଁ ଟୀକାକରଣ ଆରମ୍ଭ ହୋଇପାରେ | ଏହାର ସୂଚନା ଦେଇଛନ୍ତି କୋଭିଡି କାର୍ଯ୍ୟକାରୀ ଅଧ୍ୟକ୍ଷ ଡ଼ . ଏନ କେ ଆରୋରା |