ସିସିଟିଭି ଭାଙ୍ଗି ବିଲ ରେ ଫୋପାଡ଼ି ଲେ ଚୋର ! ଏ ନେଇ ରାଜଗାଙ୍ଗପୁର ଥାନା ରେ ଅଭିଯୋଗ :

187

ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରାଜ୍ୟ ରାଜ ପଥ ୧୦ ବିଜୁ ଏକ୍ସପ୍ରେସ କଡ ରେ ଅବସ୍ଥିତ ଜାମ ପାଲି ଠାରେ ଥିବା ମା ଲକ୍ଷ୍ମୀ ରେସଟୁରେଣ୍ଟ ଓ ମିଞ୍ଜ ମୋବାଇଲ ପ ଏଣ୍ଟ ରେ ରବିବାର ମଇ ୧୭ ତାରିଖ ବିଳମ୍ବିତ ରାତ୍ରି ରେ ମା ଲକ୍ଷ୍ମୀ ରେସଟୁରେଣ୍ଟ କାନ୍ଥ ଭାଙ୍ଗି ଚୋରି କରିଥିବା ବେଳେ ମିଞ୍ଜ ମୋବାଇଲ ଦୋକାନର ସଟର ଭାଙ୍ଗି ଚୋରି ହୋଇଥିବା ଅଭି ଯୋଗ ହୋଇଛି !ରେସଟୁରେଣ୍ଟ ର କାନ୍ଥ ଭାଙ୍ଗି ଚୋର ମାନେ ଭିତର କୁ ପଶିଥିଲେ !ରେସଟୁରେଣ୍ଟ ର ମାଲିକ ଅଶୋକ ଗୋରେଇ ଙ୍କ କହିବା ମୁତାବକ ତାଙ୍କ ଦୋକାନ ରେ ଥିବା ୫୦୦ରୁ ୬୦୦ଟଙ୍କା ଚୋରି ହୋଇ ଥିବା ପ୍ରକାଶ କରିଛନ୍ତି !ଏହା ଛଡା ଦୋକାନର କାନ୍ଥ ଭାଙ୍ଗି ଚୋର ମାନେ ଲୁହା ତାୱା, କଡେଇ, ଗ୍ୟାସଚୁଲ୍ଲା, ଭଳି ବହୁ ହୋଟେଲ ବ୍ୟବହାର ସାମଗ୍ରୀ କୁ ଦୋକାନ ପଛ ପଟେ ଥିବା ଚାଷ ଜମି ରେ ଫୋପାଡ଼ି ଦେଇ ଥିବା ପ୍ରକାଶ କରିଛନ୍ତି ! ମିଞ୍ଜ ମୋବାଇଲ ଦୋକାନ ର ସଟର ଭାଙ୍ଗି ଥିବା ବେଳେ ସେଥିରୁ କିଛି ଚୋରି ହୋଇ ନ ହୋଇ ଥିବା ଜଣା ପଡିଛି ! ଏ ନେଇ ମା ଲକ୍ଷ୍ମୀ ରେସଟୁରେଣ୍ଟ ମାଲିକ ରାଜଗାଙ୍ଗପୁର ପୋଲିସ ରେ ଅଭିଯୋଗ କରିଥିବା ବେଳେ ପୋଲିସ ଟିମ ଘଟଣା ସ୍ଥଳ ରେ ଆସି ତଦନ୍ତ କରିଥିଲେ ! ଏବେ କୋରୋନା ଭାଇରସ ପ୍ରଭାବ ଯୋଗୁଁ ସମଗ୍ର ଅଞ୍ଚଳ ଲକ ଡାଉନ ଥିବା ବେଳେ ଚୋର ଙ୍କୁ ଏ ଭଳି ପରିସ୍ଥିତି ବେଶ ସୁହାଉ ଥିବାରୁ ଚୋର ମାନେ ଏହାର ସୁଯୋଗ ନେଇ ବିଭିନ୍ନ ସ୍ଥାନ ରେ ଚୋରି କରୁଥିବା ଶୁଣିବାକୁ ମିଳିଛି ।ରାଜଗାଙ୍ଗପୁର ଥାନା ଚୋରୀ ଉପରେ ନିୟନ୍ତ୍ରଣ କରିବାରେ ବିଫଳ ରହିବାର ସାଧାରଣ ରେ ଚର୍ଚ୍ଚା ହେଉଛି ! ଏଣୁ ରାତ୍ରି ରେ ପୋଲିଶ ପେଟ୍ରୋଲିଙ୍ଗ କଡା କଡୀ କରିବା ପାଇଁ ସାଧାରଣ ରେ ଦାବି ହେଉଛି ! ସୁନ୍ଦରଗଡ଼ରୁ ବ୍ୟୁରୋ ହେଡ ସଂଜୀବ କୁମାର ପାଢ଼ୀଙ୍କ ରିପୋର୍ଟ ଉତ୍କଳ ନିଉଜ଼ ।