କରୋନା ମହାମାରିରେ ଆକ୍ରାନ୍ତ ହେବାପାଇଁ କରୋନା ଭୁତାଣୁ ଖୋଜୁଛନ୍ତିକି ? ତାହାହେଲେ ଆଉ ଡେରି କାହିଁକି ଆସନ୍ତୁ ନା ବୁଗୁଡା ବ୍ଳକ ର ଟିକା କେନ୍ଦ୍ରକୁ ଯାଈଆସିବା |

160

କଟକ (ଉତ୍କଳ ନ୍ୟୁଜ) ୨୧-୦୬-୨୦୨୧ : ଗଞ୍ଜାମ ଜିଲ୍ଲାରେ କରୋନା ସଙ୍କ୍ରମଣର ରକ୍ଷା କବଚ ଭାବେ ପରିଚିତ କୋଭିଡ ଟୀକା ବୁଗୁଡା ବ୍ଲକର ୫ଟି କେନ୍ଦ୍ରରେ ୧୮ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିମାନଙ୍କୁ ଆଜି ଟିକା ପ୍ରଦାନ କରାଯାଈଛି | ଟିକାଦାନ କେନ୍ଦ୍ର ଗୁଡିକ ହେଲା (୧) ଗୁଗୁଡା ରାଜୀବ ଗାନ୍ଧୀ ସେବା କେନ୍ଦ୍ର, (୨) ବୁଗୁଡା ସିଡିପିଓ ଅଫିସ, ପୁରୁଣା, (୩)ମାଣିତରା ସ୍କୁଲ, (୪)ନଗୁଡୁ ସ୍କୁଲ ଓ (୫) ଭାମଶ୍ୟାଳି ସ୍କୁଲ। ପୂର୍ବରୁ ପଞ୍ଜିକୃତ କରିଥିବା ବ୍ୟକ୍ତି ଓ କେନ୍ଦ୍ରରେ ନାମ ପଞ୍ଜିକୃତ କରିଥିବା ବ୍ୟକ୍ତି ଏହି ପାଞ୍ଚଟି କେନ୍ଦ୍ରରେ ହିଁ ଟୀକା ଗ୍ରହଣ କରିପାରିବେ। ଟୀକା ଦେବା କେନ୍ଦ୍ରକୁ ଆସିବା ବେଳେ ନିଜର ଆଧାର କାର୍ଡ ବା ଭୋଟ ପରିଚୟ ପତ୍ରର ନକଲ ର ଆବଶ୍ୟକତା ରହିଛୀ । ପ୍ରତ୍ୟେକ ଟିକାଦାନ କେନ୍ଦ୍ରରେ ସକାଳ ୯ ଘଣ୍ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଟୀକା ପ୍ରଦାନ କରାଯାଇଛି । ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ପାଳନ କରିବା ପାଇଁ ପ୍ରଶାସନ ତରଫରୁ ନିର୍ଦେଶ ଜାରି ରହିଥିଲେ ମଧ୍ୟ କିଛି ଅମାନିଆ ଲୋକ ମାନେ କରୋନା ଗାଇଡ ଲାଇନ୍ କୁ ଫୁ କରି ଭିଡ ଜମାଇଥିବା ଦେଖିବାକୁ ମିଳିଛୀ | ଯାହାକି ସାଧାରଣରେ ଚର୍ଚ୍ଚା ହେଉଛି କରୋନା ଟିକା ନେଈ କରୋନା କୁ ହଟାଯାଉଛି ନା କରୋନା କୁ ନିମନ୍ତ୍ରଣ କରି ଡାକରା ଦିଆ ଯାଉଛି ? କୋଦାଳ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |