ପୁଣି ବଦଳିଲା କୋଭିସୀଲଡ଼ ୨ ଡୋଜ ମଧ୍ୟର ବ୍ୟବଧାନ ସମୟ |

167

କଟକ (ଉତ୍କଳ ନ୍ୟୁଜ) ୧୨-୦୬-୨୦୨୧ : କୋଭିସୀଲଡ଼ ଟୀକା ମଧ୍ୟରେ ବ୍ୟବଧାନ କୁ ପୁଣି ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ | ଏହି ଟୀକା ରୁ ଦୁଇଟି ଡୋଜ ମଧ୍ୟରେ ଵ୍ୟଵଶଂ କୁ ୨ ଥର ବଢାଯିବା ପରେ ଏବେ ବିଦେଶ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏହାକୁ କମାଇ ଦିଆଯାଇଛି | ଅର୍ଥାତ କିଛି ଲୋକଙ୍କ ଙ୍କୁ ଦ୍ୱିତୀୟ ଡୋଜ ପାଇଁ ୮୪ ଦିନ ଅପେକ୍ଷା କରିବାକୁ ପଡିବ ନାହିଁ | ସେମାନେ ୨୮ ଦିନ ପରେ ଦ୍ୱିତୀୟ ଡୋଜ ନେଇପାରିବେ | କୋଭିସୀଲଡ଼ ର ପ୍ରଥମ ଡୋଜ ନେଇସାରିଥିବା ଏବଂ ବିଦେଶ ଯାତ୍ରା କରିବାକୁ ଥିବା ଲୋକଙ୍କ ପାଇଁ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି | ଶିକ୍ଷା, ନିଯୁକ୍ତି କିମ୍ବା ଅଲମ୍ପିକ ଟିମ ସ୍ଥାନ ପାଇଥିବା ଲୋକ ଏହା ମଧ୍ୟରେ ଆସୁଛନ୍ତି | ଏଭଳି ଲୋକଙ୍କୁ କୋଭିସୀଲଡ଼ ର ଦ୍ୱିତୀୟ ଡୋଜ ନେବା ପାଇଁ ୮୪ ଦିନ ଅପେକ୍ଷା କରିବାକୁ ପଡିବ ନାହିଁ |