ପଞ୍ଚୁପୁଲି ଗ୍ରାମର ତଳସାହିରେ ବାତ୍ୟା ଜନିତ ପ୍ରଥମ ମୃତ୍ୟୁ |

183

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ପଞ୍ଚୁପୁଲି ଗ୍ରାମର ତଳସାହିରେ ବାତ୍ୟା ଜନିତ ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଏହି ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାୟକ (୪୫ ବର୍ଷ) ମନ୍ଦିରକୁ ଯିବା ସମୟରେ ତାଙ୍କ ଉପରେ ଗଛ ପଡ଼ିଥିଲା ଏବଂ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ତାଙ୍କୁ ହରାଇ ପରିବାର ଲୋକ ସମ୍ପୂର୍ଣ୍ଣ ବେସାହାରା ହୋଇପଡ଼ିଛନ୍ତି। ଘଟଣାସ୍ଥଳରେ ଆନନ୍ଦପୁର ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରି ନିକଟସ୍ଥ ଆନନ୍ଦପୁର ଡାକ୍ତରଖାନା ନେଇଥିଲେ। କେନ୍ଦୁଝର ରୁ ସେସଦେବ ଓଝା ଙ୍କ ରିପୋର୍ଟ ଉତ୍କଳ ନିଉଜ |