ଇସ୍ରାଇଲ ଆକ୍ରମଣ ରେ ଗାଜା ରେ ୧୧୯ ମୃତ |

144

କଟକ (ଉତ୍କଳ ନ୍ୟୁଜ) ୧୫-୦୫-୨୦୨୧ : ଇସ୍ରାଇଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧ ବିରାମ ନେବାର ନାମ ଧରୁନାହିଁ | ଏହି ଯୁଧ୍ୟ ଅତି ଭୟାନକ ପରିସ୍ଥିତି ଆଡକୁ ଗତି କରୁଛି | ଘଟଣା ଅନୁଯାୟୀ , ପାଲେଷ୍ଟାଇନ ସହର ର ଗାଜା ଉପରେ ଇସ୍ରାଇଲ ଏହାର ବିମାନ ଆକ୍ରମଣ କୁ ଜୋରଦାର କରିଛି | ଗାଜା ରେ ଥିବା ଇସ୍ଲାମିକ ଆତଙ୍କବାଦୀ ସଂଗଠନ ହାମସର ଆଡସ୍ଥଳ କୁ ଲକ୍ଷ ରଖି ଆକ୍ରମଣ କରିଛି ଇସ୍ରାଇଲ | ଜବାବ ରେ ହାମାସ ପକ୍ଷରୁ ମଧ୍ୟ ଇସ୍ରାଇଲ ଉପରେ ଆକ୍ରମଣ କରାଯାଇଛି | ବର୍ତ୍ତମାନ ସୁଦ୍ଧା ଏହି ସଂଘର୍ଷ ରେ ଗାଜା ରେ ୧୧୯ ଜଣଙ୍କ ର ମୃତ୍ୟୁ ହୋଇଥିବାବେଳେ ୮୩୦ ଜଣ ଆହତ ହୋଇଛନ୍ତି |