ବିପୁଳ ପରିମାଣର ଚୋରା ମଦ ସହ ୩ ଗିରଫ

663

କଟକ(ଉତ୍କଳ ନିଉଜ)୧୦/୦୫/୨୦୧୧ କରୋନା ମହାମାରୀ ର ଦୂରଦିନ ଭିତରେ ଲୋକ ମାନେ କାଳାତିପାତ କରୁଥିବା ବେଳେ କିଛି ଅସାଧୁ ବ୍ୟବସାୟୀ ଚୋରା ମଦ ବେପାର କରି ମାଲାମାଲ ହବାରେ ଲାଗିଛନ୍ତି | ଏପରି କିଛି ଅସାଧୁ ବ୍ୟବସାୟୀ ଙ୍କୁ ଆଜି କଟକ ଜିଲ୍ଲା ଚୌଦ୍ୱାର ପୋଲିସ ଗିରଫ କରିଛି |ଚୌଦ୍ୱାର ଓଟିଏମ କଲୋନୀ ର ୪୦ ରୁ ଉର୍ଧ୍ଵ ମହିଳାଙ୍କ ଚୌଦ୍ୱାର ଥାନାରେ ଅଭିଯୋଗ ଅନୁଯାୟୀ କଲୋନୀ ରେ ତାଙ୍କର ପଡୋଶୀ ଚୋରା ମଦ ବିକିବା ଦ୍ୱାରା ସେମାନଙ୍କର ପିଲା ମାନେ ମଦ ପିଇ ପଥ ଭ୍ରଷ୍ଟ ହଉଛନ୍ତି ,ଏଣୁ ଏହି ଚୋରା ମଦ ବିକ୍ରି କୁ ତୁରନ୍ତ ବନ୍ଦ କରିବା ପାଇଁ ଥାନା ରେ ନିବେଦନ କରିଥିଲେ |

ଏସଆଇ ପାର୍ଥ ପ୍ରତିମା ବେଉରା ଓ ଏସଆଇ ତପସ୍ୱିନୀ କାନୁନଗୋ ଘଟଣା ର ତଦନ୍ତ କରି ଚୌଦ୍ୱାର ଓଟିଏମ କଲୋନୀ ୧୧ ନମ୍ବର ୱାର୍ଡ ର କାଁହୁଆ ରାଉଳ ,ବାପା ଉମେଶ ରାଉଳ ଓ ଚନ୍ଦ୍ରସେଖର ସାହୁ ଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୨୯ ପେଟି ଆସ୍କା ଫଟି ମଦ ,୧୮ ଟି ନମ୍ବର ୧ ,୮ ଟି ୨୦ ଲିଟର ଯାର ,ଦୁଇଟି ବାଇକ, ଦୁଇଟି ସ୍କୁଟି , ଓ ଗୋଟିଏ ଅଲ୍ଟୋ କାର ଜବତ କରିବା ସହ ଘଟଣା ର ତଦନ୍ତ ଜାରି ରଖିଛି |