ଦେଶ ରେ ଦୈନିକ କରୋନା ସଂକ୍ରମଣ ୩,୮୨,୩୧୫ ଚିହ୍ନଟ |

133

କଟକ (ଉତ୍କଳ ନ୍ୟୁଜ) ୦୬-୦୫-୨୦୨୧ : ଦେଶ ରେ କରୋନା ପରିସ୍ଥିତି ଦିନକୁ ଦିନ ଦୁର୍ଦଶା ଆଡକୁ ଗତିକରିବା ରେ ଲାଗିଛି | ଦେଶ ରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣ ସଂଖ୍ୟା ୩ଲକ୍ଷ ୮୨ହଜାର ୩୧୫ ଚିହ୍ନଟ ହୋଇଥିବା ବେଳେ ଓ ମୃତ୍ୟୁ ସଂଖ୍ୟା ୩,୭୮୦ ରହିଛି | କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି | ଏହି ତଥ୍ୟ କୁ ମିଶାଇ ଭାରତ ରେ ମୋଟ ସଂକ୍ରମଣ ସଂଖ୍ୟା ୨,୦୬,୬୫,୧୪୮ ଓ ମୃତ୍ୟୁ ସଂଖ୍ୟା ୨,୨୬,୧୮୮ ରେ ପହଂଚିଛି | ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୩୮,୪୩୯ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୧,୬୯,୫୧,୭୩୧ ରେ ପହଁଚିଛି |