ଚୌଦ୍ୱାର ପୋଲିସ ଦ୍ୱାରା ବିପୁଳ ପରିମାଣ ର ମଦ ଜବତ |

335

କଟକ(ଉତ୍କଳ ନିଉଜ) ୦୫/୦୫/୨୦୧୧ କରୋନା ମହାମାରୀ ର ଦ୍ୱିତୀୟ ଲହର ଉଗ୍ର ରୂପ ଧାରଣ କରିଥିବା ବେଳେ ଏହାକୁ ନିୟନ୍ତ୍ରିତ କରିବା ପାଇଁ ବ୍ୟକ୍ତି ବିଶେଷ ଙ୍କ ଠାରୁ ଆରମ୍ଭ କରି ସରକାର ଙ୍କ ପର୍ଯନ୍ତ ସମସ୍ତେ ଚିନ୍ତିତ |କରୋନା ର ଚେନ କୁ ଭାଙ୍ଗିବା ପାଇଁ ସରକାର ଲକଡାଉନ ସଟଡାଉନ କରିବା ସହ ଆଜି ଠାରୁ ରାଜ୍ୟ କୁ ୧୪ ଦିନିଆ ସଟଡାଉନ କରାଯାଇଛି |ଏଥି ପାଇଁ ଲୋକ ମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ବେଳେ ଏହାର ଫାଇଦା ଉଠେଇଛି କିଛି ଅସାଧୁ ବ୍ୟବସାୟୀ |ଗତ କାଲି ରାତି ରେ କଟକ ଜିଲ୍ଲା

ଚୌଦ୍ୱାର ଥାନା ପକ୍ଷରୁ ଅମାନିଆ ଙ୍କ ପାଇଁ ନାଇଟ ପାଟ୍ରୋଲିଂ ଚାଲିଥିବା ବେଳେ ଏପରି ଜଣେ ଅସାଧୁ ବ୍ୟବସାୟୀ ଚୋରା ମଦ ନେଇ ଯାଉଥିବା ର ଖବର ପାଇଥିଲେ | ଥାନା ଏସଆଇ ତପସ୍ୱିନୀ କାନୁନଗୋ ଙ୍କ ସହ ଥାନା ଟିମ ଉକ୍ତ ମଦ ବୋଝେଇ ୱାଗନର ଗାଡି ର ପିଛା କରି ଗାଡି ଟିକୁ ଜବତ କରିବା ସହ ଗାଡି ରୁ ବିପୁଳ ପରିମାଣ ର ମଦ ଜବତ କରିଛନ୍ତି |ଦେଶୀ ଓ ବିଦେଶୀ ମଦ ସହ ଏଥିରେ ସମ୍ପୃକ୍ତ ଚୌଦ୍ୱାର ନୂଆପାଟଣା ଗ୍ରାମ ର ଭାଗିରଥି ଦାସ ଙ୍କ ପୁଅ ଦୀପକ ଦାସ କଟକ ରଖି ଅଧିକ ତଦନ୍ତ ଚଳାଇଛନ୍ତି |