ଚୋରି ସାମଗ୍ରୀ ସହ ଚୋର କୁ ଗିରଫ କଲା ଚୌଦ୍ୱାର ଥାନା ପୋଲିସ |

289

କଟକ (ଉତ୍କଳ ନ୍ୟୁଜ) ୪-୦୫-୨୦୨୧ : କଟକ ଜିଲ୍ଲା ଚୌଦ୍ୱାର ଥାନା ପୋଲିସ କୁ ବଡ ସଫଳତା | ଜଣେ ନାବାଳକ ଲୁଟେରା କୁ ଗିରଫ କରିବା ସହ ତା ଠାରୁ ବହୁ ପରିମାଣ ର ମୋବାଇଲ ସହ ବହୁ ଚୋରି ସାମଗ୍ରୀ ଜବତ | ଏ ନେଇ ଚୌଦ୍ୱାର ଥାନା ର ପ୍ରେସ ବିଜ୍ଞପ୍ତି ଅନୁଯାୟୀ ଗତ ୩୦-୦୪-୨୧ ଚୌଦ୍ୱାର ଧୂମାବତୀ ନଗର ର ସମ୍ବିତ କୁମାର ବେହେରା ଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ଉକ୍ତ ଦିନ ୨ ଟା ସମୟ ରେ କେହି ତାଙ୍କର ଘରେ ପଶି ଦୁଇ ଟି ସ୍ମାର୍ଟ ଫୋନ , ଏକ ପିତ୍ତଳ ହନୁମାନ ମୂର୍ତ୍ତି , ଏକ ପିତ୍ତଳ କଇଁଛ , ୨୦୦ ଟଙ୍କା ସହ କିଛି ଖୁଚୁରା ପଇସା ଚୋରି କରି ନେଇଯାଇଛି | ଉକ୍ତ ଘଟଣା ତଦନ୍ତ କରି ଚୌଦ୍ୱାର ଥାନା ଏସଆଇ ପାର୍ଥ ପ୍ରତିମ ବେହେରା ଢେଙ୍କାନାଳ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ଦେଉଳ ସାହୀ କନକ ଦୁର୍ଗା ମନ୍ଦିର ଅଂଚଳ ର ବାବଡା କିଶୋର ବେହେରା ଙ୍କ ପୁଅ କାନୁନ ବେହେରା(୧୭) କୁ ଗିରଫ କରିଥିଲେ | ତା ଠାରୁ, ଚୋରି ଯାଇଥିବା ଜିନିଷ ସହ ଏକ କଳା ପଲସର ବାଇକ , ବିଭିନ୍ନ କମ୍ପାନୀ ର ୧୮ ଟି ଫୋନ ଏକ ପିତ୍ତଳ ହନୁମାନ ମୂର୍ତ୍ତି , ଏକ ପିତ୍ତଳ କଇଁଛ , ୨୦୦ ଟଙ୍କା ସହ କିଛି ଖୁଚୁରା ପଇସା ଜବତ କରିଛି ପୋଲିସ | ସେ କଟକ , ଢେଙ୍କାନାଳ ସହ ଓଡିଶା ର ବିଭିନ୍ନ ଜିଲ୍ଲା ରୁ ଚୋରି କରିଥିବା ପୋଲିସ ଆଗରେ ପ୍ରକାଶ କରିଛି | ତା ନାମ ରେ ବିଭିନ୍ନ ଥାନା ରେ ବିଭିନ୍ନ କେଶ ଥିବା ଜଣାପଡିଛି | ଚୌଦ୍ୱାର ପୋଲିସ ଆଜି ତାକୁ କୋର୍ଟ ଫରୱାର୍ଡ଼ କରିବା ସହ ଘଟଣା ର ଅଧିକ ତଦନ୍ତ ଜାରି ରଖିଛି | ଚୌଦ୍ୱାର ରୁ ବିମଲ କୁମାର ବେଉରା ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |