ଭାରତ ରେ ଦୈନିକ କରୋନା ସଂକ୍ରମଣ ୪ ଲକ୍ଷ ମୁହାଁ |

140

କଟକ (ଉତ୍କଳ ନ୍ୟୁଜ) ୦୩-୦୫-୨୦୨୧ : ଦେଶ ରେ କରୋନା ର ପ୍ରକୋପ ଅଧିକ ମାତ୍ର ରେ ବଢିବା ରେ ଲାଗିଛି | ଅନେକ ରାଜ୍ୟ ରେ ଲକ ଡାଉନ , ନାଇଟ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ସଂକ୍ରମଣ ଥମୁ ନାହିଁ | ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶ ରେ ୩ ଲକ୍ଷ ୯୨ ହଜାର ୪୮୮ ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୬୮୯ ଜଣଙ୍କ ମୃତ୍ୟୁ ହୋଇଛି | କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି | ଏହି ସଂଖ୍ୟା କୁ ମିଶାଇ ଦେଶ ରେ ମୋଟ ସଂକ୍ରମିତ ଙ୍କ ସଂଖ୍ୟା ୧ କୋଟି ୯୫ ଲକ୍ଷ ୫୭ ହଜାର ୪୫୭ ରେ ପହଂଚିଛି |