ଚୌଦ୍ୱାର ଥାନା ଦ୍ୱାରା ରଡ଼ ବୋଝେଇ ଟ୍ରକ ଜବତ |

162

କଟକ(ଉତ୍କଳ ନିଉଜ) ୧/୦୫/୨୦୨୧ କଟକ ଜିଲ୍ଲା ଚୌଦ୍ୱାର ଥାନା ପକ୍ଷରୁ ଏକ ରଡ଼ ବୋଝେଇ ଟ୍ରକ ଯାହାର ନମ୍ବର (OR-09-G9378 )କୁ ଚୌଦ୍ୱାର ଥାନା ରେ ଅଟକ ରଖାଯାଇଛି |ଉକ୍ତ ଗାଡି ଟି ରଡ଼ ବୋଝେଇ କରି ଖଣ୍ଡଗିରି ଯାଉଥିବା ବେଳେ ଗତ କାଲି ରାତ୍ରି ରେ ଚlରବାଟିଆ ଚୂଡlଖିଆ ବଜାର ର ଏକ ନିର୍ଦ୍ଧିଷ୍ଟ ଜାଗାରେ ଗାଡି ରଖି ଗାଡି ରୁ ଲୁହା ଛଡ଼ କଢ଼ା ଯାଉଥିଲା |ବିଶ୍ଵସ୍ଥ ସୂତ୍ର ତୁ ଖବର ପାଇ ଚୌଦ୍ୱାର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଉକ୍ତ ଗାଡି ଓ ତାର ଡ୍ରାଇଭର କୁ ଥାନା ରେ ଅଟକ ରଖି ଘଟଣା ର ତଦନ୍ତ ଚଳାଇଛି |

ପ୍ରକାଶ ଥାଉ କି ସ୍ଥାନୀୟ ଲୋକଙ୍କ କହିବା କଥା ଉକ୍ତ ସ୍ଥାନରେ କିଛି ମାଫିଆ ଙ୍କ ଦ୍ୱାରା ଗାଡି ରୁ ରଡ଼ କଢ଼ା ଯାଇ ଚୋରା ରେ ବିକ୍ରି କରାଯାଉଛି |ଏପରି କାରବାର କୁ ରୋକ ଲଗାଇବା ସହିତ ଉକ୍ତ ମାଫିଆ ମାନଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବି ହୋଇଛି |