ଟ୍ରେନରେ ସୁରତରୁ ଫେରନ୍ତା ପ୍ରବାସୀଙ୍କ ମୃତ୍ୟୁ |

166

କଟକ (ଉତ୍କଳ ନ୍ୟୁଜ) ୨୬-୦୪-୨୦୨୧ : ସୁରତରୁ ଗାଁକୁ ଫେରୁଥିବା ପ୍ରବାସୀଙ୍କ ମୃତ୍ୟୁ ହୋଇଛି । ଘଟଣା ଘଟିଛି ଓଖା ପୁରୀ ଟ୍ରେନ ଭିତରେ । ମୃତ ବ୍ୟକ୍ତି ଜଣଙ୍କ ହେଲେ ବେଗୁନିଆପଡ଼ା ବ୍ଲକ ଖଣ୍ଡିଆନଇ ପଞ୍ଚାୟତ ମିରିଗିଲେଣ୍ଡି ଗ୍ରାମର ଭାଗିରଥି ଗୌଡ଼(୪୪) । ସେ ଗତକାଲି ଟ୍ରେନରେ ପୁଅଙ୍କ ସହ ଘରକୁ ଫେରୁଥିବା ବେଳେ ବିଶାଖାପାଟଣା ଠାରେ ଟ୍ରେନରେ ହିଁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ପରେ ଗାଡି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଠାରେ ଟ୍ରେନରୁ ଶବକୁ ବାହାର କରାଯାଇଥିଲା । ଜିଆରପି ପାଖରେ ଖବର ପହଂଚିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ଶବ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ପଠାଯାଇଛି । ପୁଅ କହିବା ଅନୁଯାୟୀ ଜ୍ୱର ହୋଇଥିଲା ଆଉ ଶ୍ୱାସ ଜନିତ ସମସ୍ୟା ଯୋଗୁ ମୃତ୍ୟୁ ବରଣ କରିଥିଲେ । ମୃତ ଭାଗିରଥିଙ୍କ ଦୁଇ ପୁଅ ଆଉ ଗୋଟେ ଝିଅ ଅଛନ୍ତି । କୋଦାଳ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |