କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର |

317

କଟକ(ଉତ୍କଳ ନିଉଜ) ୧୦/୦୪/୨୦୧୧ କଟକ ଏସ ସି ବି ମେଡିକାଲ ରୁ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ହୋଇଯାଇଥିବା ସ୍ପଷ୍ଟ କଲେ ଡିଜି |ସୁରକ୍ଷା କର୍ମୀ ଙ୍କୁ ନିଶା ଦେଇ ଗ୍ୟାଙ୍ଗଷ୍ଟାର ମେଡିକାଲ ରୁ ଫେରାର ହୋଉଥିବା ଜଣାପଡିଛି |ସୁଲେମାନ ହତ୍ୟାକାଣ୍ଡ ରେ ସଜା କାଟୁଥିଲା ହାଇଦର |ସମ୍ବଲପୁର ଜେଲ ରେ ଥିବା ବେଳେ ଅସୁସ୍ଥ ହେବାରୁ ପ୍ରଥମେ ତାକୁ ବୁର୍ଲା ଓ ପରେ ଏସ୍ସିବି ମେଡିକାଲ କୁ ଅଣାଯାଇଥିଲା |ଏସ୍ସିବି ମେଡିକାଲ ର ସର୍ଜରୀ ବିଭାଗ ରେ ୫ ନମ୍ବର କେବିନ ରେ ତାକୁ ରଖାଯାଇ ଚିକିତ୍ସା କରାଯାଉଥିଲା |ସୁରକ୍ଷା କର୍ମୀ ଙ୍କୁ ଧକ୍କା ଦେଇ ମେଡିକାଲ ରୁ ଫେରାର ହୋଇଯାଇଛି | ତାକୁ ଧରିବା ପାଇଁ ଯାଜପୁର କେନ୍ଦ୍ରାପଡା ଏସ୍ପି ଓ କଟକ ଡିସିପି ଙ୍କ ଉଦ୍ୟମ ଜାରି ରହିଛି |