ଗତ ଦୁଇ ଦିନ ରେ ଦେଶ ରେ କରୋନା ସଂକ୍ରମଣ ୨ଲକ୍ଷ ପାର

133

କଟକ (ଉତ୍କଳ ନ୍ୟୁଜ) ୭-୦୪-୨୦୨୧: ଦେଶ ରେ କରୋନା ଦ୍ୱିତୀୟ ଲହରୀ ତାର ସମ୍ପୂର୍ଣ କାୟା ବିସ୍ତାର କରିସାରିଲେଣି | ଦେଶ ରେ ଗତ ଦୁଇ ଦିନ ରେ ୨ ଲକ୍ଷ କରୋନା ସଂକ୍ରମଣ ପରେ ସତର୍କ କରାଇଲେ ସରକାର | ନୀତି ଆୟୋଗ ସଦସ୍ୟ ଭିକେ ପଲ କହିଛନ୍ତି ଯେ ଦେଶ ରେ ଅବସ୍ଥା ସଙ୍କଟପୂର୍ଣ୍ଣ ପରିସ୍ଥିତି ଅଛି | ଆସନ୍ତା ୪ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ | ଏକ ସାମ୍ବାଦିକ ସମ୍ମିଳନୀ କର କୋଭିଡି ସ୍ଥିତି ସମ୍ପର୍କ ରେ ସୂଚନା ଦେବା ବେଳେ ଏହା କହିଛନ୍ତି ନିଁତୁ ଆୟୋଗ ସଦସ୍ୟ | ଦେଶ ରେ କିଛିକଦିନ ହେବ କରୋନା ସଂକ୍ରମଣ ଲଗାତାର ବଢ଼ିବାରେ ଲାଗିଛି | ଏହାରି ଭିତରେ ସଂକ୍ରମଣ କମାଇବା କୁ ହେଲେ କୋଭିଡ କଟକଣା ମାନିବାକୁ ପଡିବ ବୋଲି କେନ୍ଦ୍ର ସରକାର କହିଛନ୍ତି | ଅନ୍ୟପଟେ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇ କହିଛନ୍ତି ଦେଶ ର ୧୦ ଟି ଜିଲ୍ଲା ରେ ପରିସ୍ଥିତି ଉଦ୍ବେଗଜନକ ରହିଛି |