ଦେଶ ରେ ଗତ ୨୪ ଘଣ୍ଟା ମଧ୍ୟରେ ୯୩ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ

144

କଟକ ( ଉତ୍କଳ ନ୍ୟୁଜ) ୫-୦୪-୨୦୨୧: ପୁଣି ଭାରତ ରେ ଡ଼ରାଇଲାଣି କରୋନା ମହାମାରୀ | ଦିନ କୁ ଦିନ ଉଗ୍ରରୂପ ନେଉଛି କରୋନା ଭାଇରସ | ଦେଶ ରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୯୩ ହଜାର ୨୯୪ ଟି ନୂଆ ମାମଲା ସାମ୍ନା କୁ ଆସିଛି | ଅନ୍ୟପକ୍ଷରେ ଦୈନିକ କରୋନା ରେ ମୃତ୍ୟୁ ବରଣ କରିଛନ୍ତି ୫୧୩ ଜଣ | କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି | ନୂଆ ମାମଲା କୁ ମିଶାଇ ଦେଶ ରେ ମୋଟ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧ କୋଟି ୨୪ ଲକ୍ଷ ୮୫ ହଜାର ୫୦୯ କୁ ବୃଦ୍ଧି ପାଇଛି | ସେହିପରି ଦେଶ ରେ କରୋନା ରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୪ ହଜାର ୬୨୩ ଜଣ |