ନୂଆ ୱେବସାଇଟ ଖୋଲିଲେ ଡୋନାଲଡ ଟ୍ରମ୍ପ

140

କଟକ (ଉତ୍କଳ ନ୍ୟୁଜ) ୩୧-୦୩-୨୦୨୧ ; ଆମେରିକା ର ପୂର୍ବତନ ତଥା ବିବାଦୀୟ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ତାଙ୍କ ସ୍ତ୍ରୀ ମେଲାନିଆ ଏକ ନୂଆ ୱେବସାଇଟ ଆରମ୍ଭ କରିଛନ୍ତି | ଏହି ୱେବସାଇଟ ର ନାମ ହେଉଛି ୪୫ ଅଫିସଡଟକମ | ଏହି ସାଇଟ ମାଧ୍ୟମ ରେ ସମର୍ଥକମାନେ ତାଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେବା ସହ ତାଙ୍କ କଥା ବାର୍ତ୍ତା ମଧ୍ୟ ହୋଇପାରିବେ | ପ୍ରକାଶ ଥାଉକି, ଚଳିତ ବର୍ଷ ଜାନୁଆରୀ ମାସ ରେ ଆମେରିକା କ୍ୟାପିଟାଲ ହୋଇଥିବା ହିଂସା ରେ ଟ୍ରମ୍ପ କୁ ଦାୟୀ କରି ତାଙ୍କ ର ଫେସବୁକ ଓ ଟୁଇଟର ଆକାଉଣ୍ଟ ନୁ ବ୍ୟାନ କରାଯାଇଥିଲା | ଏହା ପରେ ସେ ନିଜର ଏକ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଖୋଲିବେ ବୋଲି ଘୋଷଣା କରିଥିଲେ |